ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲା

ଅକ୍ଟୋବର ୨୯ରୁ ୩ଜଣିଅା ଖଣ୍ଡପୀଠ ହିଁ କରିବ ଶୁଣାଣି

ନୂଆଦିଲ୍ଲୀ : ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ୩ ଜଣିଅା ଖଣ୍ଡପୀଠ ହିଁ ଏହି ମାମଲାର ଶୁଣାଣି କରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ୫ ଜଣିଅା ବୃହତ ବେଞ୍ଚକୁ ମାମଲା ପଠାଇବା ଅନାବଶ୍ୟକ ବୋଲି କହିଛନ୍ତି କୋର୍ଟ। ଅାସନ୍ତା ଅକ୍ଟୋବର ୨୯ରୁ ଅାରମ୍ଭ ହେବ ମାମଲାର ଶୁଣାଣି ।

ମସଜିଦ୍‌ରେ ନମାଜ ପାଠ, ଇସଲାମର ଅଭିନ୍ନ ଅଂଶ, ଏହି ପ୍ରସଙ୍ଗରେ ମାମଲାକୁ ବୃହତ ବେଂଚକୁ ପଠାଇବାକୁ ହୋଇଥିଲା ଅାବେଦନ । ଏହି ମାମଲାରେ ପୁନର୍ବିଚାରର ଅାବଶ୍ୟକ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ୧୯୯୪ରେ ଇସମାଇଲ ଫାରୁକି ମାମଲାରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ କୌଣସି ସ୍ଥାନରେ ନମାଜ ପାଠ କରାଯାଇ ପାରିବ । ଏଥିପାଇଁ ମସଜିଦ ଜରୁରୀ ନୁହେଁ।

ଏହା ବିରୋଧରେ ମୁସଲିମ୍ ସମୁଦାୟ ସବୋର୍ଚ୍ଚ ଅଦାଲତଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ । ୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ଯିବା ପରେ ୨୦୧୦ରେ ଅାହାଲାବାଦ ହାଇକୋର୍ଟ ଅଯୋଧ୍ୟାର ବିବାଦୀୟ ଜମିକୁ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ୩ ଭାଗରେ ବିଭକ୍ତ କରିଥିଲେ । ଏହାର ପ୍ରମୁଖ ଅଂଶ ହିନ୍ଦୁଙ୍କ ଭାଗରେ ପଡ଼ିଥିଲା । ଏହି ରାୟ ପ୍ରତିବାଦରେ ଉଭୟ ଗୋଷ୍ଠୀ ସୁପ୍ରିମକୋଟଙ୍କ ଦ୍ୱାରସ୍ଥ ହୋଇଥିଲେ।

You might also like