ଅଯୋଧ୍ୟାରେ ଜଳିଲା ୫.୫ ଲକ୍ଷ ମାଟି ଦୀପ

ନୂଆଦିଲ୍ଲୀ: ପୁରାଣ ବର୍ଣ୍ଣନା ଅନୁଯାୟୀ ବିଜୟା ଦଶମୀରେ ଲଙ୍କା ବିଜୟ କରି ଦୀପାବଳିରେ ଅଯୋଧ୍ୟା ପହଞ୍ଚିଥିଲେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ। ଆଉ ଏହି ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ ମନେ ପକାଇ ପୌରାଣିକ ସହର ଅଯୋଧ୍ୟା ସରଯୂ ନଦୀ କୂଳରେ ‘ରାମ୍‌ କୀ ପୈଦୀ’ଠାରେ ପାଳିତ ହୋଇଛି ଆଲୋକର ଉତ୍ସବ ଦୀପାବଳି ବା ‘ଦୀପୋତ୍ସବ’।

2_102619075912.jpg

ଉତ୍ତରପ୍ରଦେଶର ବିଜେପି ସରକାର ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଚଳିତ ବର୍ଷ ୫.୫ ଲକ୍ଷ ମାଟି ଦୀପ ଜଳାଇଛନ୍ତି, ଯାହାକି ସର୍ବକାଳୀନ ରେକର୍ଡ।

ପରମ୍ପରା ଅନୁଯାୟୀ ଫିଜି ଦେଶର ଜଣେ ମନ୍ତ୍ରୀ ବୀଣା ଭଟନାଗର ଏଥର ଅତିଥି ଭାବେ ଯୋଗଦେଇଥିଲେ ଏବଂ ପ୍ରଥମ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ର ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ ଏବଂ ଅନ୍ୟ ପଦାଧିକାରୀ ମଧ୍ୟ ଏଥିରେ ଯୋଗଦେଇଥିଲେ।

3_102619080526.jpg

ଭଟନାଗର ଭାରତୀୟ ବଂଶୋଦ୍ଭବ। ସେ ଫିଜି ସରକାରରେ ମହିଳା, ଶିଶୁ ଏବଂ ଦାରିଦ୍ର୍ୟ କଲ୍ୟାଣ ଉପମନ୍ତ୍ରୀ ଅଛନ୍ତି। ସେ ଶୁକ୍ରବାର ଲକ୍ଷ୍ନୌ ପହଞ୍ଚି ଯୋଗୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।

Related image

3_102619080526.jpgdip2_102619050153.jpgdip750_102619080550.jpg

You might also like