ଅଯୋଧ୍ୟା ଜମି ବିବାଦ ମାମଲାରେ ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପୂରା ମାମଲାର ମଧ୍ୟସ୍ଥତା କରୁଥିବା ଜଷ୍ଟିସ୍ ଖଲିଫୁଲ୍ଲାଙ୍କ ନେତୃତ୍ୱାଧୀନ କମିଟିକୁ ଆସନ୍ତା ୩୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚକୋର୍ଟ। ରିପୋର୍ଟ ପାଇବାର ଦୁଇ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨ ତାରିଖ ଦିନ ମାମଲାର ପରବର୍ତ୍ତି ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା ପ୍ୟାନେଲକୁ ଆଜି ରିପୋର୍ଟ ଦେବାକୁ ସୁପ୍ରିମ୍‌କୋର୍ଟ ପୂର୍ବରୁ ସମୟସୀମା ଦେଇଥିଲେ। ତେବେ ରିପୋର୍ଟ ଦାଖଲ ନହେବା ପରେ ଏହି ସମୟସୀମାକୁ ଆଉ କିଛି ଦିନ ଗଡ଼ାଇଛନ୍ତି କୋର୍ଟ।

ପ୍ରକାଶ ଥାଉକି, ଅଯୋଧ୍ୟା ଜମି ବିବାଦ ମାମଲାର ଆପୋଷ ସମାଧାନ ପାଇଁ ୮ ମାର୍ଚ୍ଚରେ ତିନି ଜଣିଆ ମଧ୍ୟସ୍ଥତା କମିଟି ଗଠନ କରିଥିଲେ ସୁପ୍ରିମକୋର୍ଟ। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ F.M. ଖଲିଫୁଲା, ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଞ୍ଚୁଙ୍କୁ ନେଇ ଏହି କମିଟି ଗଠନ ହୋଇଥିଲା।

You might also like