ଅଯୋଧ୍ୟା ମାମଲା ଶୁଣାଣିବେଳେ ସୁପ୍ରିମକୋର୍ଟରେ କ୍ଷମା ମାଗିଲେ ମୁସଲିମ ପକ୍ଷ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଚାଲିଥିବା ଅଯୋଧ୍ୟା ଜମି ବିବାଦର ଶୁଣାଣି ବେଳେ ଆଜି ମୁସଲିମ ପକ୍ଷ କ୍ଷମା ମାଗିଛନ୍ତି। ବୁଧବାର ଶୁଣାଣି ବେଳେ ୨୦୦୩ରେ ଏଏସ୍‌ଆଇ ଦେଇଥିବା ରିପୋର୍ଟ ଉପରେ ମୁସଲିମ ପକ୍ଷ ପ୍ରଶ୍ନ ଉଠାଇଥିଲେ। ଏହାପରେ କୋର୍ଟ ରିପୋର୍ଟ ଉପରେ କାହିଁକି ପ୍ରଶ୍ନ ଉଠାଉଛନ୍ତି ବୋଲି କହିବା ସହ ନିଜର ଯୁକ୍ତି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହାର ଜବାବରେ ଆଜି ମୁସଲିମ ପକ୍ଷଙ୍କ ପାଇଁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ରାଜୀବ ଧାବନ କହିଛନ୍ତି, “ଏଏସ୍ଆଇ ଦେଇଥିବା ରିପୋର୍ଟର ବୈଧତା ଉପରେ ଆମେ ପ୍ରଶ୍ନ ଉଠାଇବାର ନଥିଲା। ରିପୋର୍ଟର ଅର୍ଥୋରଶିପ୍‌ ଓ ସାରାଂଶ ଉପରେ ପ୍ରଶ୍ନ କରିବା ଠିକ୍ ନୁହେଁ। ଯଦି ଆମେ ଏପରି କରି ସାମ୍ବିଧାନିକ ଖଣ୍ଡପୀଠଙ୍କ ସମୟ ନଷ୍ଟି କରିଛୁ, ତା’ହେଲେ ଏଥିପାଇଁ ଆମେ କ୍ଷମା ମାଗୁଛୁ।

ଏବେ ରିପୋର୍ଟର ବୈଧତା ତର୍ଜମା କରିବାକୁ ଆମେ ଚାହୁଁନାହୁଁ।” ବୁଧାବର ଶୁଣାଣି ବେଳେ ମୁସଲିମ ପକ୍ଷର ଅନ୍ୟତମ ଓକିଲ ମୀନାକ୍ଷୀ ଅରୋରା କହିଥିଲେ, “ରିପୋର୍ଟରେ ପ୍ରତିଟି ବିଷୟର ଲେଖକ ଅଛନ୍ତି। ହେଲେ ସାରାଂଶ ଲେଖିଥିବା ବ୍ୟକ୍ତିଙ୍କ ନାଁ ନାହିଁ। ତେଣୁ ଏହାର ବୈଧତା ଉପରେ ପ୍ରଶ୍ନ ଉଠୁଛି।”

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like