ଅହମଦାବାଦ: ୨୩ ବର୍ଷୀୟ ଆୟଶା ନାମକ ଜଣେ ମହିଳା ସାବରମତୀ ନଦୀକୁ ଡେଇଁ ଆତ୍ମହତ୍ୟା  ଘଟଣାରେ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି। ଆତ୍ମହତ୍ୟା ପୂର୍ବରୁ ସେ ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ବେଶ୍‌ ଭାଇରାଲ୍‌ ହୋଇଥିଲା ଓ ହଇଚଇ ମଧ୍ୟ ସୃଷ୍ଟି କରିଥିଲା । ଏବେ ଆୟଶା ଲେଖିଥିବା ସୁଇସାଇଡ୍‌ ନୋଟ୍‌ ସାମ୍ନାକୁ ଆସିଛି। ଏହାକୁ ଗତକାଲି କୋର୍ଟରେ ଦାଖଲ କରାଯାଇଥିଲା।

ଆତ୍ମହତ୍ୟା ପୂର୍ବରୁ ସ୍ୱାମୀ ଆରିଫ୍‌ ଖାନ୍‌ଙ୍କ ପାଇଁ ଆୟଶା ଏହି ଚିଠି ଲେଖିଥିଲେ। ଏଥିରେ ସେ ଆରିଫ୍‌ଙ୍କ ସମ୍ପର୍କରେ ଅନେକ କଥା ଲେଖିଛନ୍ତି। ଆରିଫ୍‌ଙ୍କ ଉଦ୍ଦେଶ୍ୟରେ ଆୟଶା ଚିଠିରେ ଲେଖିଛନ୍ତି, ‘ମୁଁ ତୁମକୁ ବହୁତ ଭଲ ପାଏ। ଆରିଫ୍‌ ତୁମେ ଦୁଇ ଦୁଇଟି ଜୀବନ ବର୍‌ବାଦ୍‌ କରିଦେଲ।

[caption id="attachment_250320" align="alignnone" width="1200"] ଆରିଫ୍‌[/caption]

ସୁଇସାଇଡ୍‌ ନୋଟ୍‌ରେ ଆୟଶା ଲେଖିଛନ୍ତି, ‘ମାଇ ଲଭ୍‌ ଆରୁ(ଆରିଫ୍‌)। ଏମିତି ଅନେକ କିଛି ଜିନିଷ ଅଛି ଯାହା ମୁଁ କରିନାହିଁ। ହେଲେ ମୋତେ ବହୁତ ଖରାପ ଲାଗିଲା ଯେ, ତୁମେ ମୋ ନାଁ ଆସିଫ୍‌ଙ୍କ ଯୋଡ଼ି ଦେଲ। ଆସିଫ୍‌ ମୋର ବହୁତ ଭଲ ବନ୍ଧୁ ଓ ଭାଇ। ଯେତେବେଳେ ମୋତେ ୪ ଦିନ ଗୋଟିଏ ଘରେ ବନ୍ଦ କରି ଦିଆଯାଇଥିଲା, ସେହି ସମୟରେ ଖାଇବା ପାଇଁ ମୋତେ ପଚାରିବାକୁ କେହି ନଥିଲେ। ଯେତେବେଳେ ମୁଁ ଗର୍ଭବତୀ ଥିଲି, ତୁମେ ଆସି ନଥିଲ। ଆଉ ଯେତେବେଳେ ତୁମେ ଆସିଲ, ମୋତେ ବାଡ଼େଇ ଥିଲ। ଫଳରେ ମୋର ଲିଟ୍‌ଲ୍‌ ଆରୁଙ୍କ ମୃତ୍ୟୁ ହୋଇଗଲା। ଏବେ ମୁଁ ତା’ ପାଖକୁ ଚାଲି ଯାଉଛି।’

ଆୟଶା ସୁଇସାଇଡ୍‌ ନୋଟ୍‌ରେ ଆହୁରି ଲେଖିଛନ୍ତି, ‘ମୁଁ କେବେ ତୁମକୁ ଧୋକା ଦେଇ ନାହିଁ। ହସଖୁସିରେ ଥିବା ଦୁଇ ଦୁଇଟି ଜୀବନ ବର୍‌ବାଦ୍‌ ହୋଇଗଲା। ମୁଁ ଭୁଲ୍‌ ନଥିଲି। ଭୁଲ୍‌ ତୁମ ସ୍ୱଭାବ ଥିଲା। ତୁମ ଆଖିର ଯାଦୁରେ ମୁଁ ହଜି ଯାଇଥିଲି। ହେଲେ କାହିଁକି, ଏହା ମୁଁ ଆର ଜନ୍ମରେ କହିବି। ଲଭ୍‌ ୟୁ ତୁମ ପତ୍ନୀ ଆୟଶା’।

ଅନ୍ୟପକ୍ଷରେ, ଆୟଶା ଆତ୍ମହତ୍ୟା ଘଟଣାରେ ପୋଲିସ୍‌ ଆରିଫ୍‌ଙ୍କୁ ଗିରଫ କରିବା ସହ ୩ ଦିନିଆ ରିମାଣ୍ଡରେ ନେଇଥିଲା‌। ରିମାଣ୍ଡ ଅବଧି ସରିବା ପରେ ଗତକାଲି ତାଙ୍କୁ ସାବରମତୀ ସେଣ୍ଟ୍ରାଲ୍‌ ଜେଲ୍‌କୁ ପଠାଯାଇଛି। ସୂଚନା ଅନୁସାରେ, ସୁଇସାଇଡ୍‌ ନୋଟ୍‌କୁ ଆଧାର କରି ପୋଲିସ୍‌ ଘଟଣାର ତଦନ୍ତ ଆଗକୁ ବଢ଼ାଇବ ବୋଲି ଜଣାପଡ଼ିଛି।

ସୂଚନାଥାଉ କି, କିଛିଦିନ ତଳେ ଆୟଶାଙ୍କ ଓକିଲଙ୍କ ଆୟଶାଙ୍କୁ ନେଇ ଏକ ଖୁଲାସା କରିଥିଲେ। ଆୟଶାଙ୍କ ଓକିଲଙ୍କ କହିବା ଅନୁସାରେ, ବିବାହର ୨ ମାସ ପରେ ଆୟଶାଙ୍କ ଜୀବନରେ ଝଡ଼ ଆରମ୍ଭ ହୋଇଯାଇଥିଲା। ଅନ୍ୟ ଜଣେ ଝିଅଙ୍କୁ ଭଲ ପାଆନ୍ତି ବୋଲି ନିଜେ ଆରିଫ୍‌ ଏହି କଥା ଆୟଶାଙ୍କୁ କହିଥିଲେ।

Other Stories