ସୋସିଆଲ୍ ମିଡିଆରେ ଚର୍ଚ୍ଚା: କରୋନାରେ ଚାଲିଗଲା ଦାଉଦ୍ର ଜୀବନ !
ନୂଆଦିଲ୍ଲୀ: ମୋଷ୍ଟ୍ ୱାଣ୍ଟେଡ୍ ଅଣ୍ଡର୍ ୱାର୍ଲଡ୍ ଡନ୍ ଦାଉଦ୍ ଇବ୍ରାହିମ୍ର ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। କରୋନାରେ ଆକ୍ରାନ୍ତ ହୋଇ ଦାଉଦ୍ର ମୃତ୍ୟୁ ଘଟିଥିବା ସୋସିଆଲ୍ ମିଡିଆରେ ପ୍ରଚାର ହେଉଛି। ହେଲେ ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।
କିନ୍ତୁ ସୋସିଆଲ୍ ମିଡିଆରେ ଦାଉଦ୍ର ମୃତ୍ୟୁ ଖବର ବେଶ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଖବରରେ କେତେ ସତ୍ୟତା ଅଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିବ ନାହିଁ।
ଦାଉଦ ସହ ତା ପତ୍ନୀ ମେହଜବିନ ବି କରୋନା ପଜିଟିଭ୍ ଚିହ୍ନଟ ନେଇ ଶୁକ୍ରବାର ଦିନ ଖବର ସାମ୍ନାକୁ ଆସିଥିଲା। ସେମାନଙ୍କୁ ପାକିସ୍ତାନ କରାଚି ସ୍ଥିତ ଏକ ଆର୍ମି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ଖବର ମିଳିଥିଲା। ତେବେ ଦାଉଦ୍ଙ୍କ ଭାଇ ଅନୀସ୍ ଇବ୍ରାହିମ୍ ଏଭଳି ଖବରକୁ ଖଣ୍ଡନ କରିଛନ୍ତି। ତାଙ୍କ ଭାଇ ଓ ପରିବାରର ସମସ୍ତ ସଦସ୍ୟ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି ବୋଲି ଅନୀସ୍ କହିଛନ୍ତି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅନୀସ୍ ଏବେ ଦାଉଦ୍ଙ୍କ କଳା ସାମ୍ରାଜ୍ୟ ସମ୍ଭାଳୁଛନ୍ତି।
୧୯୯୩ରେ ହୋଇଥିବା ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲା ଅଣ୍ଡର ୱାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ୍। ଯଦିଓ ସାରା ଦୁନିଆ ଦାଉଦ୍କୁ ଜାଣିଛନ୍ତି, ହେଲେ ତାଙ୍କ ପରିବାର ସମ୍ପର୍କରେ ବହୁତ କମ୍ ଲୋକ ଜାଣିଛନ୍ତି। କାହିଁକି ନା ସବୁବେଳେ ସେ ତାଙ୍କ ପରିବାରକୁ ଲୋକଙ୍କ ନଜରଠୁ ଦୂରେଇ ରଖିଛନ୍ତି।