ଶାହ କହିଲେ କାଶ୍ମୀର ଇତିହାସ: ପିଓକେ ପାଇଁ ନେହରୁଙ୍କୁ ଦାୟୀ କଲେ

ନୂଆଦିଲ୍ଲୀ: ଭାରତର ମାନଚିତ୍ରକୁ ଅସମ୍ପୂର୍ଣ୍ଣ କରୁଥିବା ଏବଂ ବର୍ତ୍ତମାନ ପାକିସ୍ତାନ ଦଖଲରେ ଥିବା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଗଠନ ପାଇଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଦାୟୀ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ନେହରୁଙ୍କ ପାଇଁ ହିଁ ପିଓକେ ଭାରତରେ ସାମିଲ ହୋଇପାରିଲା ନାହିଁ। ଦେଶର ପ୍ରଥମ ସ୍ୱରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଯଦି ଏହାର ପରିଚାଳନା କରିଥା’ନ୍ତେ ତେବେ ଏହାର ପରିଣାମ କିଛି ଅଲଗା ହୋଇଥା’ନ୍ତା ବୋଲି ଶାହ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ନେହରୁ ଯଦି ହଠାତ୍‌ ପାକିସ୍ତାନ ସହ ଅସ୍ତ୍ରବିରତି ଘୋଷଣା କରିନଥା’ନ୍ତେ ତେବେ ପିଓକେ ଗଠନର ପ୍ରଶ୍ନ ହିଁ ଉଠୁନଥିଲା। ସର୍ଦ୍ଦାର ପୂରା ଭାରତର ରାଜତନ୍ତ୍ର ଶାସିତ ଛୋଟ ଛୋଟ ରାଜ୍ୟ ସବୁକୁ ଭାରତ ସହ ମିଶାଇଥିଲେ।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟରେ ଜମ୍ମୁ-କାଶ୍ମୀର ପାଇଁ ଲାଗୁ ହେଉଥିବା ଧାରା ୩୭୦ ଉଚ୍ଛେଦ ସହ ଏହା ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଯାଇଛି। କୌଣସି ହିଂସାତ୍ମକ ଘଟଣାକୁ ଏଡ଼ାଇବା ପାଇଁ ଏଠାକାର ମୁଖ୍ୟସ୍ରୋତ ନେତା, ବିଚ୍ଛିନ୍ନତାବଦୀ ନେତା ଏବଂ ବିଭିନ୍ନ ଦଳର କର୍ମୀମାନଙ୍କୁ ଅଟକା ରଖାଯିବା ସହ ଏହି ଅଞ୍ଚଳରେ ଟେଲିଫୋନ୍‌ ଏବଂ ଇଣ୍ଟରନେଟ୍‌ ଯୋଗାଯୋଗ ବନ୍ଦ ରଖାଯାଇଛି। ପାକିସ୍ତାନ ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ସ୍ତରରେ ଉଠାଇବା ପାଇଁ ପ୍ରୟାସ ଚଲାଇଥିବାବେଳେ ଭାରତ ସଫଳତାର ସହ ଏହାର ପରିଚାଳନା କରିଆସିଛି। ଭାରତ ପରୋକ୍ଷରେ କହିଆସିଛି ଆଗାମୀ ମିଶନ୍‌ ପିଓକେ।

ଶାହ କହିଛନ୍ତି, କଂଗ୍ରେସ ୩୭୦କୁ ରାଜନୀତିକ ଆଖିରେ ଦେଖୁଛି। ଆମେ ଏହାକୁ ରାଷ୍ଟ୍ରବାଦ ଆଖିରେ ଦେଖୁଛୁ। ବିଜେପି ସବୁବେଳେ ଏକ ରାଷ୍ଟ୍ର, ଏକ ପ୍ରଧାନମନ୍ତ୍ରୀ ଏବଂ ଏକ ବିଧାନକୁ ଗୁରୁତ୍ୱ ଦେଇଆସିଛି। ଏଥିସହିତ ଜମ୍ମୁ-କାଶ୍ମୀରକୁ ସମ୍ବିଧାନରେ ସ୍ୱତନ୍ତ୍ର ମାନ୍ୟତା କାଶ୍ମୀର ଉପତ୍ୟକାରେ ଆତଙ୍କବାଦକୁ ପ୍ରୋତ୍ସାହନ ପାଇଁ ମୁଖ୍ୟ କାରଣ ପାଲଟିଥିଲା। ୧୯୯୦ରୁ ୨୦୦୦ ମଧ୍ୟରେ କାଶ୍ମୀରରୁ ୪୦ ହଜାର କାଶ୍ମିରୀ ପଣ୍ଡିତ, ସୁଫି, ଶିଖ୍‌ ଆଦିଙ୍କୁ ହତ୍ୟା କରାଯିବା ସହ ବେଶ୍‌ କିଛି ଲୋକଙ୍କୁ ଏହି ରାଜ୍ୟ ବାହାରକୁ ପଠାଇ ଦିଆଯାଇଛି ବୋଲି ଶାହ କହିଛିନ୍ତି।

ଏଥିସହିତ କଂଗ୍ରେସ୍‌କୁ ଟାର୍ଗେଟ୍‌ କରି ସେ କହିଥିଲେ, ରାହୁଲ କହୁଛନ୍ତି ଧାରା ୩୭୦ ଏକ ରାଜନୀତିକ ପ୍ରସଙ୍ଗ। ମୁଁ ରାହୁଲ ବାବାଙ୍କୁ କହିବାକୁ ଚାହେଁ ତୁମେ ଏବେ ରାଜନୀତିକୁ ଆସିଛ। ବିଜେପିର ୩ ପିଢ଼ି ଜୀବନ ଦେଲେଣି। ଆମ ପାଇଁ ଏହା ରାଜନୀତି ନୁହେଁ, ଭାରତମାତାର ଅଖଣ୍ଡତା ଆମ ଲକ୍ଷ୍ୟ।

ଆହୁରି ପଢ଼ନ୍ତୁ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

You might also like