ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି: କୋର୍ଟଙ୍କ ନିର୍ଦ୍ଦେଶ ପରେ ମିଡିଲ୍‌ ମ୍ୟାନ୍‌ ନିଖୋଜ

ନୂଆଦିଲ୍ଲୀ: ଭାରତକୁ ପ୍ରତ୍ୟର୍ପଣ ନିର୍ଦ୍ଦେଶ ପରେ ନିଖୋଜ ହେଲେ ମିଡିଲ୍‌ ମ୍ୟାନ୍‌ ମିସେଲ୍‌। ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର୍‌ ଦୁର୍ନୀତିରେ ଲାଞ୍ଚ କାରବାରେ ଗିରଫ୍ ହୋଇଥିବା ମିସେଲ୍‌ ନିଖୋଜ ହୋଇଯାଇଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ଏନ୍‌ଡିଟିଭିରେ ଏହି ଖବର ପ୍ରକାଶ ପାଇଛି।

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର୍ କ୍ରୟ ଦୁର୍ନୀତିରେ ମଧ୍ୟସ୍ଥି ଥିବା ଖ୍ରୀଷ୍ଟିଆନ ମିସେଲଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଦୁବାଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଭାରତରେ ରାଜନୈତିକ କାରଣରୁ ତାଙ୍କୁ ଫସାଇବା ସହିତ ଟାର୍ଗେଟ୍‌ କରାଯାଉଥିବା ମିସେଲ୍‌ଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ। ଭାରତକୁ ପ୍ରତ୍ୟର୍ପଣ କରାଗଲେ ତାଙ୍କୁ ନିର୍ଯାତନାର ଶିକାର ହେବାକୁ ପଡ଼ିପାରେ ବୋଲି ସେ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଦୁବାଇ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି।

ଫେବ୍ରୁଆରୀ ୨୦୧୭ରେ  ମିସେଲଙ୍କୁ UAEରୁ ଗିରଫ କରାଯାଇଥିଲା। ତାଙ୍କୁ ଜେରା ପାଇଁ ଭାରତକୁ ଆଣିବାକୁ ଭାରତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଉଦ୍ୟମ ଜାରି ରହିଥିଲା।

ୟୁପିଏ ସରକାର ଅମଳରେ ୧୨ଟି ଭିଭିଆଇପି ହେଲିକପ୍ଟର୍ କିଣିବା ପାଇଁ ଇଟାଲୀର ଏକ କମ୍ପାନୀ ସହ ଚୁକ୍ତି ହୋଇଥିଲା।  ତେବେ ଏଥିପାଇଁ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଥିଲା। ଭାରତରେ ରାଜନେତା, ପ୍ରଶାସନିକ ଅଧିକାରୀ ଓ ପ୍ରତିରକ୍ଷା ଅଧିକାରୀଙ୍କୁ ଲାଞ୍ଚ ଦେଇଥିବା ନେଇ ମିସେଲଙ୍କ ନାଁରେ ଅଭିଯୋଗ ରହିଥିଲା

 

You might also like