କାବୁଲ ଗୁରୁଦ୍ୱାରରେ ଆତଙ୍କବାଦୀ ଆକ୍ରମଣ, ୨୫ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ସେଠାକାର ସ୍ଥାନୀୟ ମିଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହି ଘଟଣାରେ ୧୫ ଜଣ ଆହତ ହୋଇଥିବା ଜଣାପଡିଛି। ତେବେ ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଏକ ଗୁରୁଦ୍ୱାର ଉପରେ ଆତଙ୍କବାଦୀମାନେ ଏହି ଆତ୍ମଘାତୀ ଆକ୍ରମଣ କରିଛନ୍ତି। ସେଠାକାର ସ୍ଥାନୀୟ ସମୟ ଅନୁସାରେ ଆଜି ସକାଳ ୭.୪୫ ମିନିଟ ସମୟରେ କାବୁଲର ଶୋର ବଜାରରେ ଥିବା ଏହି ଗୁରୁଦ୍ୱାର ଭିତରକୁ କିଛି ଆତଙ୍କବାଦୀମାନେ ପଶି ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଘଟଣା ପାଇଁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ନିଜକୁ ଦାୟୀ କରିଥିବା ସୂଚନା ମିଳିଛି।

ଏହି ଘଟଣାକୁ ଦୁଃଖଦ ଓ ଦୁର୍ଭାଗ୍ୟ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ।

 

You might also like