ନନ୍ଦିଗ୍ରାମରେ ଦିଦିଙ୍କ ଉପରକୁ ଆକ୍ରମଣ

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି। ନନ୍ଦିଗ୍ରାମରେ ମମତାଙ୍କ ଉପରକୁ ଆକ୍ରମଣ ହୋଇଛି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମମତା ନିଜେ ଏହି ଆସନରୁ ନାମାଙ୍କର ଦାଖଲ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଓ କିଏ ଆକ୍ରମଣ କରିଛି ସେନେଇ କୌଣସି ସୂଚନା ମିଳିନାହିଁ।

ଆକ୍ରମଣରେ ମମତାଙ୍କ ଗୋଡ଼ ଫୁଲିଯାଇଥିବା ନେଇ ସୂଚନା ମିଳିଛି। ଏହାସହ ୪ ରୁ ୫ ଜଣ ଲୋକ ଆକ୍ରମଣ କରିଥିବା ମଧ୍ୟ ସୂଚନା ମିଳିଛି। ଆକ୍ରମଣକାରୀମାନେ ମମତାଙ୍କୁ ପଛ ପଟୁ ଠେଲି ଦେଇଥିବା ନେଇ ମଧ୍ୟ ଆସିଛି ଅଭିଯୋଗ। ସେପଟେ ଘଟଣା ସମ୍ପର୍କରେ ଭାରତୀୟ ନିର୍ବାଚନ କମିଶନଙ୍କୁ ଜଣାଇବେ ବୋଲି କହିଛନ୍ତି ମମତା ବାନାର୍ଜୀ। ଘଟଣା ପରେ ମମତାଙ୍କୁ କଲିକତା ନିଆଯାଉଥିବା ନେଇ ସୂଚନା ମିଳିଛି।

You might also like