ପଶ୍ଚିମବଙ୍ଗରେ ମତଦାନ ବେଳେ ହିଂସାକାଣ୍ଡ

କୋଲକାତା: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ବେଳେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ରାଇଗଞ୍ଜ ନିର୍ବାଚନମଣ୍ଡଳୀର ଦିଗିରପାର ମତଦାନ କେନ୍ଦ୍ରରେ କିଛି ଦୁର୍ବୃତ୍ତ ପୁଲିସ୍ଉ‌ ପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି।

ଏଥିସହ ଦୁର୍ବୃତ୍ତମାନେ କିଛି ଲୋକ ଭୋଟ୍ ଦେବାକୁ ଯିବା ବେଳେ ଏଥିରେ ବାଧା ଉପୁଜାଇବା ସହ ରାସ୍ତାରୋକ ମଧ୍ୟ କରିଛନ୍ତି। ଫଳରେ ପୁଲିସ୍‌ ଲାଠିଚାର୍ଜ କରିବା ସହ ଟିୟର୍‌ ଗ୍ୟାସ୍ ପ୍ରୟୋଗ କରିଥିବା ଜଣାପଡ଼ିଛି।

ଅନ୍ୟପଟେ, ସିପିଏମ୍ ନେତା ତଥା ରାଇଗଞ୍ଜ ଲୋକସଭା ପ୍ରାର୍ଥୀ ମହମ୍ମଦ ସଲିମ୍‌ଙ୍କ ଗାଡ଼ି ଉପରକୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗର ଇସଲାମପୁରରେ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣରେ ତାଙ୍କ ଗାଡ଼ିର ଉଭୟ ଆଗ ଓ ପଛ କାଚ ଭାଙ୍ଗିଯାଇଛି। ତେବେ ଏହି ଆକ୍ରମଣ ପଛରେ ତୃଣମୂଳ କଂଗ୍ରେସର ହାତ ଥିବା ସଲିମ୍‌ ଅଭିଯୋଗ କରିଛନ୍ତି।

You might also like