ଡାକ୍ତରଙ୍କ ସୁରକ୍ଷା ପାଇଁ ନୂଆ ଆଇନ- ପିଟିଲେ ୧୦ ବର୍ଷ ଜେଲ, ୧୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ସରକାରୀ ଡ୍ୟୁଟିରେ ଥିବା ଡାକ୍ତର ତଥା ସ୍ୱାସ୍ଥ୍ୟସେବାରେ ଜଡ଼ିତ ଅନ୍ୟ କର୍ମଚାରୀମାନେ ଅନେକ ସମୟରେ ରୋଗୀଙ୍କ ପରିବାର ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଅନେକ ସମୟରେ ଉତ୍ତ୍ୟକ୍ତ ସମ୍ପର୍କୀୟମାନେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ମାରଧର କରିବା ସହ ଡାକ୍ତରଖାନାରେ ଭଙ୍ଗାରୁଜା ମଧ୍ୟ କରିଥାନ୍ତି। ଏପରି ହିଂସା ଦେଶ ବ୍ୟାପି ଏକ ବଡ ସମସ୍ୟା ସୃଷ୍ଟି କରିଛି। ଏପରି ହିଂସାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଖୁବ ଶୀଘ୍ର ଏକ ନୂଆ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି।

ଏପରି ହିଂସାକୁ ଜାମିନ ବିହୀନ ଅପରାଧ ଭାବ ଗ୍ରହଣ କରିବା ପାଇଁ ଏହି ଆଇନରେ ଦାବି କରାଯାଇଛି। ଏପରି ଅପରାଧରେ ସଂପୃକ୍ତ ବ୍ୟକ୍ତିଙ୍କୁ ସର୍ବାଧିକ ୧୦ ବର୍ଷ ଜେଲ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିପାରେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଏହି ଆଇନକୁ କାର୍ଯ୍ୟକାରୀ କରାଯିବା ପୂର୍ବରୁ ସାର୍ବଜନୀନ କରାଯାଇଛି ଏବଂ ଏହା ଉପରେ ସାଧାରଣ ଲୋକେ ସେମାନଙ୍କ ପ୍ରତିକ୍ରିୟା ରଖିବା ପାଇଁ ୩୦ ଦିନ ସମୟ ଦିଆଯାଇଛି।

ସୂଚନାଥାଉ କି, କୌଣସି କାରଣରୁ ଚିକିତ୍ସାଧୀନ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଗଲେ କିମ୍ବା ମୃତ୍ୟୁ ଘଟିଲେ ରୋଗୀଙ୍କ ପରିବାର ତଥା ସମ୍ପର୍କୀୟ ଲୋକ ଡାକ୍ତରଙ୍କୁ ଆକ୍ରମଣ କରିବା ସହ ଡାକ୍ତରଖାନା ପରିସରରେ ଭଙ୍ଗାରୁଜା କରୁଛନ୍ତି। ଏହାକୁ ରୋକିବା ପାଇଁ କଡା ଆଇନ ବ୍ୟବସ୍ଥା କରିବା ପାଇଁ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମ୍‌ଆଇ) ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଥିଲା। ଏହା ପରେ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like