ପାକିସ୍ତାନରେ କ୍ଷୀର ଲିଟର ୧୪୦ ଟଙ୍କା

କରାଚି: ପେଟ୍ରୋଲ ଦର ଠାରୁ ମହଙ୍ଗା ହେଲା କ୍ଷୀର ଦର। ପାକିସ୍ତାନର ବିଭିନ୍ନ ସହରରେ ଲିଟର ପ୍ରତି କ୍ଷୀର ଦର ଏବେ ୧୪୦ ଟଙ୍କା ହୋଇଯାଇଛି।

ପାକିସ୍ତାନର କରାଚି ଓ ସିନ୍ଧ ପ୍ରଦେଶରେ କ୍ଷୀର ଦର ସର୍ବାଧିକ ସ୍ତରରେ ପହଞ୍ଚିଛି। ଫଳରେ ସାଧାରଣ ଲୋକ କ୍ଷୀର ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ,  ସିନ୍ଧ ପ୍ରଦେଶର ଅଧିକାଂଶ ଅଞ୍ଚଳରେ କ୍ଷୀର ଲିଟର ପ୍ରତି ୧୪୦ଟଙ୍କା ବିକ୍ରି ହେଉଛି।

ସବୁଠାରୁ ଆଶ୍ଚର୍ଯ୍ୟ କଥା, ୨ ଦିନ ତଳେ ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କାରେ ଥିବାବେଳେ ଡିଜେଲ ଲିଟର ପିଛା ୯୧ ଟଙ୍କା ଥିଲା। ହେଲେ ଏବେ ପେଟ୍ରୋଲ ଓ ଡିଜେଲ ଦରଠୁ ବି ଅଧିକ ଦାମ୍ ହୋଇଛି କ୍ଷୀର ଦର।

ସୂଚନାଥାଉ କି, ପୂର୍ବରୁ ଭାରତ ସହ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିବା ପରେ ପାକିସ୍ତାନରେ ଟମାଟୋ କିଲୋ ୩ ଶହ ଟଙ୍କା ଟପିଥିଲା।

You might also like