ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ଚାଲିଗଲା ୩୬ ଜୀବନ

ବେଜିଂ: ଚୀନ୍‌ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩୬ଜଣ ମୃତ୍ୟୁ ଘଟିଥିବା ବେଳେ ୩୬ଜଣ ଆହତ ହୋଇଛନ୍ତି। ଏକ୍ସପ୍ରେସ୍‌ୱେରେ ଏକ ବସ୍ ଟ୍ରକ୍‌କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଜିୟାଙ୍ଗସୁ ପ୍ରଦେଶ ନିକଟରେ ଚାଙ୍ଗ୍‌ଚୁନ୍‌-ଶେନ୍‌ଜେହନ୍‌ ଏକ୍ସପ୍ରେସ୍‌ୱେରେ ଶନିବାର ସକାଳେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ଟ୍ରାଫିକ୍‌ ଅତିକ୍ରମ କରିବା ପୂର୍ବରୁ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଥିଲା। ବସ୍‌ରେ ୬୯ଜଣ ଯାତ୍ରୀ ଥିଲେ।

ବସ୍‌ର ସମ୍ମୁଖ ଭାଗ ବାମ ପାର୍ଶ୍ୱ ଚକାର ଟାୟାର ଫ୍ଲାଟ୍‌ ଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଯୋଗୁ ବନ୍ଦ ଥିବା ଏକ୍ସପ୍ରେସ୍‌ୱେ ୮ ଘଣ୍ଟା ପରେ ପୁଣିଥରେ ଖୋଲିଥିଲା।

ମିଳିଥିବା ସୂଚନା ଅନୁସାରେ, କେବଳ ୨୦୧୫ ମସିହାରେ ସଡ଼କ ଦୁର୍ଘଟଣାରେ ୫୮ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା।

You might also like