ଦୁଇଟି ଜାହାଜରେ ଲାଗିଲା ନିଆଁ, ୧୧ ମୃତ

ମୋସ୍କୋ: ଋଷିଆ ଉପକୂଳରେ ଦୁଇଟି ଜାହାଜରେ ନିଆଁ ଲାଗି ୧୧ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କିଛି ଭାରତୀୟ ଥିବା ସୂଚନା ମିଳିଛି। ଗୋଟିଏ ଜାହାଜରେ ଏଲ୍‌ଏନ୍‌ଜି ଗ୍ୟାସ୍ ଥିବା ବେଳେ ଅନ୍ୟଟିରେ ଟ୍ୟାଙ୍କର ଥିଲା। ଜାହାଜ ଦୁଇଟି ମଧ୍ୟରେ ଇନ୍ଧନ ଅଦଳବଦଳ ବେଳେ ହଠାତ୍ କୌଣସି କାରଣରୁ ଜାହାଜରେ ନିଆଁ ଲାଗି ଯାଇଥିଲା।

ଜାହାଜ ଦୁଇଟିରେ ତୁର୍କୀ, ଲିବିୟା ସହ ଭାରତୀୟ କର୍ମଚାରୀ ଥିଲେ। ନିଆଁ ଲାଗିବା ପରେ କିଛି କର୍ମଚାରୀ ସମୁଦ୍ରକୁ ଡେଇଁ ପଡ଼ିଥିଲେ। ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ଜଣ ଏବେ ବି ନିଖୋଜ ଅଛନ୍ତି। ଖରାପ ପାଗ ଯୋଗୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି।

You might also like