‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ନୂଆଦିଲ୍ଲୀ: ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ। ଅଗ୍ରାଧିକାର ଭିତ୍ତିରେ ଶକ୍ତି କ୍ଷେତ୍ରକୁ ଆମ ସରକାର ଗୁରୁତ୍ୱ ଦେଉଥିବା ଆଜି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଇଣ୍ଡିଆ ଏନର୍ଜି ଫୋରମ୍‌ର ଭର୍ଚୁଆଲ୍ ମିଟିଂରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି-ସୂର୍ଯ୍ୟଙ୍କ ରଥକୁ ଟାଣୁଥିବା ସପ୍ତ ଅଶ୍ୱଙ୍କ ଭଳି ଭାରତର ଶକ୍ତି ମାନଚିତ୍ରର ବିକାଶ ପାଇଁ ସାତଟି ମୁଖ୍ୟ ସୂତ୍ର ଆପଣାଯାଉଛି।

ଯାହାମଧ୍ୟରେ ପ୍ରଦୂଷଣ ଶୂନ୍ୟ କୋଇଲା ଓ ପେଟ୍ରୋଲିୟମ୍‌ର ବ୍ୟବହାର, ଘରୋଇ ବ୍ୟବହାର ପାଇଁ ଜୈବ ଇନ୍ଧନ ପ୍ରତି ଭରସା ବୃଦ୍ଧି, ବିଦ୍ୟୁତ୍ ଶକ୍ତି ପ୍ରତି ଅଧିକ ଅବଦାନ ଆଦି ଅନ୍ତର୍ଭୁକ୍ତ।

ତାସହ ଦେଶରେ ଆଗାମୀ ୨୦୨୫ ସୁଦ୍ଧା ବିଶୋଧିତ ତୈଳର ପରିମାଣ ୨୫୦ରୁ ୪୫୦ ମିଲିୟନ ଟନ୍‌ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଥିଲେ ମୋଦି।

You might also like