ହାତ ମିଳାଇଲେ ଗେହଲଟ୍ ଓ ପାଇଲଟ୍

ରାଜସ୍ଥାନ: ରାଜସ୍ଥାନରେ ଗତ କିଛିଦିନ ହେବ କ୍ଷମତା ଲଢ଼େଇ ଜାରି ରହିଛି। ଏହା ମଧ୍ୟରେ ଆସନ୍ତାକାଲି ରାଜସ୍ଥାନ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। ଅଧିବେଶନରେ କଂଗ୍ରେସର ରଣନୀତି କଣ ରହିବ ସେ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘରେ କଂଗ୍ରେସ ବିଧାୟକ ଦଳର ବୈଠକ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ସଚିନ ପାଇଲଟ୍ ସାମିଲ ହୋଇଛନ୍ତି। ପ୍ରାୟ ଏକମାସ ପରେ ସଚିନ ପାଇଲଟ୍ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସାମ୍ନାସାମ୍ନି ହୋଇଥିଲେ। ଯେଉଁଥିରେ ଉଭୟ ଗେହଲଟ୍ ଓ ପାଇଲଟ୍ ପରସ୍ପରକୁ ହାତ ମିଳାଇ ସବୁ ରାଗ ଭୁଲିଯାଇଛନ୍ତି। ଏବେ ଏହାର ଫଟୋ ସାମ୍ନାକ ଆସିଛି ଏବଂ ଉଭୟ ବହୁତ ଖୁସି ଥିବା ଜଣାପଡ଼ୁଛି।

କଂଗ୍ରେସ ବିଧାୟକ ଦଳ ବୈଠକ ପୂର୍ବରୁ କଂଗ୍ରେସ ପକ୍ଷରୁ ବିଧାୟକ ଭଁଅର ଲାଲ ଶର୍ମା ଓ ବିଶବେନ୍ଦ୍ର ସିଂଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଥିଲା। ବୈଠକରେ ଯୋଗ ଦେବାକୁ ବିଦ୍ରୋହୀ ବିଧାୟକମାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା। ଗତମାସରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବିରୋଧ କରି ନିଜର ସମର୍ଥିତ ବିଧାୟକଙ୍କୁ ନେଇ ସଚିନ ପାଇଲଟ୍ ବିଦ୍ରୋହ କରିଥିଲେ।

ଦୀର୍ଘଦିନ ଧରି ରାଜନୈତିକ ଅସ୍ଥିରତା ପରେ କଂଗ୍ରେସ ଅଧ୍ୟକ୍ଷ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧିଙ୍କ ସହ ଆଲୋଚନା ପରେ ସଚିନ ଦଳକୁ ଫେରିଛନ୍ତି। କରୋନା କଟକଣାକୁ ନଜରରେ ରଖି ବିଧାନସଭା ଅଧିବେନଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବିଧାୟକଙ୍କୁ ମାତ୍ର ଦୁଇ ଜଣ ସହାୟକ ନେବାକୁ ଅନୁମତି ମିଳିବ। ସମସ୍ତଙ୍କୁ ପ୍ରବେଶ ପଥରେ ସ୍କାନିଂ କରାଯିବ।

ସେପଟେ ବିଧାନସଭା ଅଧିବେଶନ ପୂର୍ବରୁ ରାଜସ୍ଥାନ ବିଜେପି ବିଧାୟକ ଦଳର ବୈଠକ ହୋଇଛି। ଏଥିରେ ଗେହଲଟ୍ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ ହୋଇଛି। ଆସନ୍ତାକାଲି ବିଜେପି ଓ ଅନ୍ୟ ସହଯୋଗୀ ଦଳ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯିବ ବୋଲି ରାଜସ୍ଥାନ ବିଜେପି ମୁଖ୍ୟ କହିଛନ୍ତି।

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like