କ୍ୟାବିନେଟ୍‌ ବୈଠକରେ ବି ଅଲଗା ଅଲଗା ହୋଇ ବସିଲେ ମନ୍ତ୍ରୀ

 

କ୍ୟାବିନେଟ୍ ବୈଠକରେ ସାମାଜିକ ଦୂରତ୍ୱ ବା ସୋସିଆଲ୍ ଡିଷ୍ଟାନ୍ସିଂକୁ ଗୁରୁତ୍ୱ। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ 7, ଲୋକକଲ୍ୟାଣ ମାର୍ଗରେ କେନ୍ଦ୍ର କ୍ୟାବିନେଟର ବୈଠକରେ କ୍ୟାବିନେଟ ମନ୍ତ୍ରୀ ଓ ଅଧିକାରୀ ମାନେ ନିଜ ନିଜ ମଧ୍ୟରେ ଦୂରତ୍ୱ ରଖି ବସିଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ରୋକିବାରୁ ପ୍ରଧାନମନ୍ତ୍ରୀ ସୋସିଆଲ ଡିଷ୍ଟାନ୍ସିଂ ଉପରେ ଗୁରୁତ୍ୱ ଦେଇଥିବା ବେଳେ ନିଜ କ୍ୟାବିନେଟ ବୈଠକରେ ଏହାକୁ ଉପଯୋଗ କରିଥିଲେ।

ଏହା ସମସ୍ତଙ୍କ ପାଇଁ ଏକ ଉଦାହରଣ। ବୈଠକରେ କରୋନା ମୁକାବିଲା ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

You might also like