ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକ୍‌ସିନ୍‌ର ପରୀକ୍ଷଣ ସ୍ଥଗିତ

ନୂଆଦିଲ୍ଲୀ: ଆଷ୍ଟ୍ରାଜେନେକା(AstraZeneca) ଓ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକ୍‌ସିନ୍‌ର ପରୀକ୍ଷଣ ସ୍ଥଗିତ ରଖାଯାଇଛି। ଭ୍ୟାକ୍‌ସିନ୍‌ର ଟ୍ରାଏଲ ବେଳେ ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିବାରୁ ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ହ୍ୟୁମାନ୍‌ ଟ୍ରାଏଲର ତୃତୀୟ ପର୍ଯ୍ୟାୟରେ ଥିବାବେଳେ ଭ୍ୟାକ୍‌ସିନ୍ ନେବା ପରେ ଜଣେ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ଏହାକୁ ତର୍ଜମା କରିବା ଲାଗି ବର୍ତ୍ତମାନ ପାଇଁ ପରୀକ୍ଷଣ ବନ୍ଦ ରଖାଯାଇଛି।

ନିୟମିତ ସମୀକ୍ଷା କରାଯାଉଥିବାରୁ ପରୀକ୍ଷଣ ସ୍ଥଗିତ ରଖାଯାଇଛିି ବୋଲି AstraZeneca ପକ୍ଷରୁ କୁହାଯାଇଛି। AstraZeneca ଓ ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଆମେରିକା, ବ୍ରିଟେନ ଓ ଭାରତରେ ଏହି ଭ୍ୟାକ୍‌ସିନ୍‌ ପ୍ରସ୍ତୁତ କରାଯାଉଛି।

ସୂଚନା ଅନୁସାରେ, ଭ୍ୟାକ୍‌ସିନ୍‌ ପ୍ରୟୋଗ ପରେ ସମସ୍ୟା ଦେଖାଦେଇ ନ ଥିଲା। ହେଲେ ପରେ ସଂପୃକ୍ତ ବ୍ୟକ୍ତି ଅସୁସ୍ଥ ହେବାରୁ ଟିକାର ଗୁଣବତ୍ତା ସମୀକ୍ଷା କରାଯାଇଥିଲା। ଏହି ସମୀକ୍ଷା ପାଇଁ ପରୀକ୍ଷଣ ବନ୍ଦ ରଖାଯାଇଥିବା କୁହାଯାଇଛି।

You might also like