ଆଜି ଅପରାହ୍ଣରେ ପୃଥିବୀ ଦେଇ ଅତିକ୍ରମ କରିବ ଉଲ୍‌କାପିଣ୍ଡ

ନୂଆଦିଲ୍ଲୀ: ଆଜି ପୃଥିବୀ ଦେଇ ଅତିକ୍ରମ କରିବ ଏକ ଉଲ୍‌କାପିଣ୍ଡ। ଅପରାହ୍ଣ ୨ଟା ୧୦ ମିନିଟ ସମୟରେ 465824 (2010 FR) ଉଲ୍‌କାପିଣ୍ଡ ବା ଆଷ୍ଟ୍ରଏଡ୍ ପୃଥିବୀ ଦେଇ ଅତିକ୍ରମ କରିବ।

ତେବେ ଏହା ପୃଥିବୀ ଠାରୁ ୭୭ ଲକ୍ଷ କିଲୋମିଟର ଦୂରରେ ପୃଥିବୀକୁ ଅତିକ୍ରମ କରିବ। ଯାହାକି ପୃଥିବୀ-ଚନ୍ଦ୍ରର ଦୂରତା ଠାରୁ ୧୯ ଗୁଣ ଦୂରତାରେ ଏହା ଅତିକ୍ରମ କରିବ।

ଆକଳନ ଅନୁଯାୟୀ, ଉଲ୍‌କାପିଣ୍ଡଟିର ବ୍ୟାସ ୧୨୦ରୁ ୨୭୦ ମିଟର। ୨୦୧୦ରୁ ବୈଜ୍ଞାନିକମାନେ ଏହି ଉଲ୍‌କାପିଣ୍ଡକୁ ଟ୍ରାକିଂ କରୁଛନ୍ତି।

ଉଲ୍‌କାପିଣ୍ଡଟି ୪୩୯ ଦିନରେ ଥରେ ସୂର୍ଯ୍ୟ ଚାରିପଟେ ବୁଲୁଛି ଓ ପ୍ରତି ୪ରୁ ୬ ବର୍ଷରେ ଥରେ ପୃଥିବୀ ନିକଟରେ ହୋଇଥାଏ ବୋଲି କୁହାଯାଇଛି। ପୂର୍ବରୁ ୨୦୧୬ ମାର୍ଚ୍ଚରେ ଏହା ପୃଥିବୀର ନିକଟତର ହୋଇଥିଲା। ୨୦୨୬ରେ ପୁଣି ଏହା ପୃଥିବୀ ନିକଟ ଦେଇ ଅତିକ୍ରମ କରିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି।

ସବୁଠାରୁ ବଡ଼ କଥା ଏହି ଉଲ୍‌କାପିଣ୍ଡର ଆକାର ଇଜିପ୍ଟର The Great Pyramid of Gizaର ଆକାରଠୁ ଦୁଇଗୁଣାରୁ ଅଧିକ।

ଏହି ଉଲ୍‌କାପିଣ୍ଡ ପୃଥିବୀପୃଷ୍ଠରେ ପଡ଼ିଲେ ମଧ୍ୟ ସେଭଳି କୌଣସି ବିପଦ ଘଟିବାର ଆଶଙ୍କା ନାହିଁ ବୋଲି ନାସା ପକ୍ଷରୁ କୁହାଯାଇଛି।

ପଢ଼ନ୍ତୁ: ମାଡ଼ି ଆସୁଛି ଉଲ୍‌କାପିଣ୍ଡ, ଏଇ ସପ୍ତାହରେ ପୃଥିବୀ ଦେଇ ଅତିକ୍ରମ କରିବ

ଆହୁରି ପଢ଼ନ୍ତୁ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

You might also like