ଆଜି ପୃଥିବୀ ନିକଟ ଦେଇ ଅତିକ୍ରମ କରିବ ବିଶାଳ ଉଲ୍‌କାପିଣ୍ଡ !

ନୂଆଦିଲ୍ଲୀ: ପୃଥିବୀ ଆଡକୁ ମାଡ଼ି ଆସୁଥିବା ବଡ଼ ଉଲ୍‌କା ପିଣ୍ଡ ଆଜି ପୃଥିବୀର ଅତି ପାଖ ଦେଇ ଅତିକ୍ରିମ କରିପାରେ। ଏହାକୁ ନେଇ ଗବେଷକମାନେ ବିଭିନ୍ନ ପ୍ରକାର ଆଶଙ୍କା କରୁଥିଲେ। ଏପରିକି  1998OR2 ନାମ ଥିବା ଉଲ୍‌କା ପିଣ୍ଡରେ ଛୋଟ ଛୋଟ ପାହାଡ଼ ଥିବା ଦେଖାଯାଉଥିଲା। ଆଉ ଏଥିପାଇଁ ପୃଥିବୀ ପ୍ରତି ବିପଦ ଥିବା କୁହାଯାଉଥିଲା। ଉଲ୍‌କା ପିଣ୍ଡର ଗତି ଉପରେ ଗବେଷକମାନେ ନଜର ରଖିଛନ୍ତି।

ପ୍ରାୟ ଏକ ମାଇଲରୁ ଲମ୍ବା ଏଇ ଆଷ୍ଟ୍ରଏଡ୍‌ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଥିଲେ। ତେବେ ଏ ନେଇ କିଛି ବିପଦ ନାହିଁ ବୋଲି ମଧ୍ୟ ମହାକାଶ ବିଜ୍ଞାନିମାନେ ଆଶ୍ୱାସନା ଦେଇଥିଲେ। ବୁଧବାର ଏହା ପୃଥିବୀଠାରୁ ମାତ୍ର ୩.୯ ମିଲିଅନ  ଦୂରକୁ ଆସିବ। ମିଳିଥିବା ସୂଚନା ଅନୁଯାୟୀ, ଉଲ୍‌କା ପିଣ୍ଡ ଚନ୍ଦ୍ର ତୁଳନାରେ ପୃଥିବୀର ୧୬ ଗୁଣ ନିକଟତର ହୋଇ ଅତିକ୍ରମ କରିବ।

୧୯୮୮ ମସିହାରେ ନାସା ପ୍ରଥମେ ଏଡି ଆଷ୍ଟ୍ରଏଡ୍‌କୁ ଠାବ କରିଥିଲା। କିଛି ଦିନ ପୂର୍ବେ ବୈଜ୍ଞାନିକମାନେ ଉଲ୍‌କାପଣ୍ଡର ନୂଆ ଫଟୋ ଜାରି କରିଥିଲେ। ଏହାକୁ ଟ୍ରାକ୍ କରୁଥିବା ଗେବଷକ ଟିମ୍‌ ଏହାର କେତେଗୁଡ଼ିଏ ମଜାଦାର ଫଟୋ କିଛିଦିନ ତଳେ ଉଠାଇଥିଲେ।  ଉଲ୍‌କା ପିଣ୍ଡଟି ମାସ୍କ ଲଗାଇ ପୃଥିବୀ ଆଡ଼କୁ ଆସୁଥିବା ଦେଖାଯାଉଛି ବୋଲି ମଜାଦାର ଢଙ୍ଗରେ ଏକ ଟ୍ୱିଟ ହୋଇଥିଲା।

ତେବେ ଉଲ୍‌କା ପିଣ୍ଡକୁ ନେଇ ନାନା ଗୁଜବ ଶୁଣିବାକୁ ମିଳୁଥିବାରୁ ଏ  ବିଷୟରେ ଭୟଭୀତ ନହୋଇ ବୈଜ୍ଞାନିକଙ୍କ ଖବର ଉପରେ ନଜର ରଖିବା ନିହାତି ଜରୁରୀ ବୋଲି କୁହାଯାଇଥିଲା।

ତେବେ ଏକଥା ସତ ଯେ, ଗବେଷକମାନେ ଏହି ଉଲ୍‌କା ପିଣ୍ଡକୁ ନେଇ ସମ୍ଭାବ୍ୟ ବିପଦର ଆଶଙ୍କା କରୁଥିଲେ। କାରଣ ଏହା ପୃଥିବୀ କକ୍ଷଠାରୁ ମାତ୍ର ୫ ମିଲିଅନ ମାଇଲ୍‌ ଦୂର ଦେଇ ଅତିକ୍ରମ କରିବ। ତେବେ ପୃଥିବୀ ଉପରେ ଏହାର ତତ୍କାଳ ପ୍ରଭାବ କ’ଣ ପଡ଼ିବ ସେ ନେଇ ବୈଜ୍ଞାନିକମାନେ କୌଣସି ସ୍ପଷ୍ଟ ଚିତ୍ର ଦେଇ ନ ଥିଲେ।

ତଥାପି ବୈଜ୍ଞାନିକମାନେ ଏହାର ଉପରେ ନଜର ରଖିଛନ୍ତି । ପୃଥିବୀ ନିକଟତର ହୋଇ ଏହି  ଉଲ୍‌କାପିଣ୍ଡ‌ ଅତିକ୍ରମ କରିବା ବେଳେ ପୃଥିବୀ ଉପରେ ଏହାର  କ’ଣ ପ୍ରଭାବ ପଡ଼ିବ ତା’ ଉପରେ ନଜର ରଖିଛନ୍ତି। ଗବେଷକଙ୍କ କହିବା ଅନୁଯାୟୀ,ରାଡାର ମ୍ୟାପ ଏହି ଉଲ୍‌କାପିଣ୍ଡ ଉପରେ ନଜର ରଖିଛି। ଏପରିକି ଭବିଷ୍ୟତରେ  ଏହାର ସ୍ଥିତି କ’ଣ ରହିବ ତାହା ମଧ୍ୟ ସୂଚନା ଦେବ। ଏହି ସୂଚନା ଅନୁଯାୟୀ, ଉଲ୍‌କାପିଣ୍ଡ ୨୦୭୯ରେ ପୁଣି ଥରେ ପୃଥିବୀର ନିକଟତର ହୋଇ ଅତିକ୍ରମ କରିବ। ସେତେବେଳେ ଚନ୍ଦ୍ର ଏବଂ ପୃଥିବୀ ମଧ୍ୟରେ ଥିବା ଦୂରତାର ୪ ଗୁଣ ଦୂରରେ ରହିବ।

 

You might also like