ଆସାମରେ ବନ୍ୟା ସ୍ଥିତି ସଙ୍ଗିନ: ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି

ଦିସପୁର: ଆସାମରେ ବନ୍ୟା ବିଭୀଷିକା ଆସାମ ବନ୍ୟାରେ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବନ୍ୟାରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ୯୬ ବନ୍ୟଜନ୍ତୁ ପ୍ରାଣ ହରାଇଛନ୍ତି। ଏ ନେଇ ଆସାମ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।  ବନ୍ୟାରେ ସର୍ବାଧିକ ୭୪ ହରିଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଟି ଗଣ୍ଡା ପ୍ରାଣ ହରାଇଛନ୍ତି।

Assam flood: Six killed, over 8 lakh people affected, rescue ...

କାଜିରଙ୍ଗା ଜାତୀୟ ଉଦ୍ୟାନର ମୋଟ ୨୨୩ଟି କ୍ୟାମ୍ପରୁ ୫୯ଟି କ୍ୟାମ୍ପ ଜଳମଗ୍ନ ହୋଇଛି। ଏଯାଏ ୧୩୨ ଜୀବଜନ୍ତୁଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବନ୍ୟା ଯୋଗୁ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି। ରାଜ୍ୟର ଅଧିକାଂଶ ଅଞ୍ଚଳ ବନ୍ୟାରେ ଜଳମଗ୍ନ ହୋଇଛି। ବନ୍ୟାରେ ଏଯାଏ ପ୍ରାୟ ୪୦ ଲକ୍ଷ ଲୋକେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି।

ଆସାମରେ ବନ୍ୟା ନେଇ ଚିନ୍ତା ପ୍ରକଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ପୂରା ଦେଶ ଆସାମ ସହିତ ଅଛି ବୋଲି ରାହୁଲ୍ କହିଛନ୍ତି। ଏଥିସହିତ ଯଥା ସମ୍ଭବ ଆସାମ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ କଂଗ୍ରେସ ସଦସ୍ୟଙ୍କୁ ନିବନେଦନ କରିଛନ୍ତି ରାହୁଲ।

 

You might also like