ଆସାମରେ ବନ୍ୟା ଯୋଗୁ ୧୫ ଲକ୍ଷ ଲୋକ ପ୍ରଭାବିତ

ଦିସପୁର: ଆସାମରେ ବନ୍ୟାର ତାଣ୍ଡବଲୀଳା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୨୮ରୁ ଅଧିକ ଜିଲ୍ଲା ପାଣି ଘେରରେ ରହିଛନ୍ତି। ୩ ହଜାର୧୮୧ଟି ଗାଁ ସହ ପ୍ରାୟ ୧୫ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।

ବନ୍ୟାରେ ୧୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀର ବନ୍ୟା ଏବେ ଲୋକଙ୍କୁ ପ୍ରଭାବିତ କରିଛି। ଏଥିରେ ବାର୍ପେଟା ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

୨୦ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ରିଲିଫ୍ କ୍ୟାମ୍ପରେ ରଖାଯାଇଛି। କାଜିରଙ୍ଗା ନ୍ୟାସନାଲ ପାର୍କର ଅଧିକାଂଶ ଅଞ୍ଚଳ ବନ୍ୟା ଜଳରେ ବୁଡ଼ି ରହିଥିବାରୁ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହୋଇଛନ୍ତି।

ଆହୁରି ୨-୩ ଦିନ ବର୍ଷା ଲାଗି ରହିବାର ସମ୍ଭାବନା ଥିବାରୁ ପରିସ୍ଥିତି ଅଧିକ ଗୁରୁତର ହୋଇପାରେ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ବନ୍ୟା ପରିସ୍ଥିତିର ସମୀକ୍ଷା କରି ସବୁ ପ୍ରକାର ସାହାଯ୍ୟ ପାଇଁ ପ୍ରତିଶୃତି ଦେଇଛନ୍ତି।

You might also like