ଗମ୍ଭୀର ହେଉଛି ବନ୍ୟା ସ୍ଥିତି; ଗଲାଣି ୪୩ ଜୀବନ

ଗୁଆହାଟୀ: ଆସାମର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ରହ୍ମପୁତ୍ର ନଦୀରେ ଜଳସ୍ତର ବୃଦ୍ଧିଯୋଗୁ ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଲଗାତାର ବର୍ଷା ଯୋଗୁଁ ୨୩ ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉତ୍କଟ ହେଲାଣି।  ମୁଖ୍ୟତଃ ଧିମାଜୀ, ଲକ୍ଷ୍ମୀପୁର, ନାଓଗାଁ, ଜୋରହାଟ, ଶିଭସାଗର, ଦିବ୍ରୁଗଡ଼, କୋକ୍ରାଝର, ବାରାପେଟ୍, ତିନସୁକିଆ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି ।

ରବିବାର ସ୍ଥିତି ଅଧିକ ଗମ୍ଭୀର ହୋଇଥିଲା। ବନ୍ୟା ଓ ମାଟି ଅତଡାଧସି ୪୩ ଜଣଙ୍କ ପ୍ରାଣହାନୀ ହୋଇଥିବା ଜଣାପଡିଛି । ପ୍ରଭାବିତ ଜିଲ୍ଲାରେ ଏନ୍‌ଡିଆରଏଫ, ଏସ୍‌ଡିଆରଏଫ୍‌  ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଚାଷ ଜମି॥ ହଜାର ହଜାର ହେର ଜମିରେ ବାଲି ଚରି ଯାଇଛି। ପ୍ରଭାବିତ ଲୋକଙ୍କ ପାଖରେ ଶୁଖିଲା ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ସହ ଦୟନୀୟ ଅବସ୍ଥାରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି ।

ପ୍ରାୟ ୨୭ ହାଜର ଲୋକଙ୍କୁ ଉଦ୍ଧାର କରାଯାଇ ୧୯୩ଟି ରିଲିଫ୍ କ୍ୟାମ୍ପରେ ରଖାଯାଇଛି।

 

You might also like