ବାଃ ବିଧାୟକ ! ନିଜ ଜୀବନକୁ ପାଣି ଛଡେଇ ଲୋକଙ୍କୁ ଉଦ୍ଧାର କଲେ-ଭିଡିଓ ଭାଇରାଲ

ରାଜନେତାଙ୍କ ନାଁ ଶୁଣିଲେ ମନକୁ ଆସିଯାଏ ଏକ ନକାରାତ୍ମକ ଚିନ୍ତାଧାରା। ଯେମିତି ନେତାମାନେ କ୍ଷମତା ଲୋଭି, କ୍ଷମତା ପାଇଁ ଯେ କୌଣସି କାମ କରିପାରନ୍ତି…ଇତ୍ୟାଦି ଇତ୍ୟାଦି। ହେଲେ ଏପରି ଭାବନା, ଚିନ୍ତାକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ଜଣେ ବିଧାୟକ। ପ୍ରଳୟଙ୍କରୀ ବନ୍ୟାରେ ନିଜ ଜୀବନକୁ ମରଣ ମୁହଁକୁ ଠେଲି ଲୋକଙ୍କୁ ଉଦ୍ଧାର କରୁଛନ୍ତି।

ବିଧାୟକ ଜଣକ ଆସାମ୍‌ର। ଆସାମରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖା ଦେଇଛି । ଆସାମ ସରକାରର ଜଣେ ବିଧାୟକ ମୃଣାଳ ସୈକିୟା ସୁଦୂର ଗାଁକୁ ଯାଇ ସେଠାରେ ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି।

ବିଧାୟକ ଲୋକଙ୍କୁ ଉଦ୍ଧାର କରୁଥିବାବେଳର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ସୈକୟା ନିଜେ ଏହି ଭିଡିଓ ତାଙ୍କ ଟ୍ୱିଟରରେ ଶେୟାର କରିଛନ୍ତି। ଲେଖିଛନ୍ତି ‘ବନ୍ୟାରେ ମୋ ନିର୍ବାଚନମଣ୍ଡଳୀର ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଲୋକ ପାଣି ଘରରେ ଫଶି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛି। ’

ସୂଚନାଥାଉ କି, ଗାଁର ଅର୍ଥ ବ୍ୟବସ୍ଥା ପଶୁଧନ ଉପରେ ନିର୍ଭର କରେ। ବନ୍ୟାରେ ବି ଲୋକେ ଗୃହପାଳିତ ପଶୁଙ୍କୁ ଛାଡ଼ୁ ନାହାନ୍ତି। ତେଣୁ ଲୋକଙ୍କୁ ଉଦ୍ଧାର କରିବାବେଳେ ଗୃହପାଳିତ ପଶୁଙ୍କୁ ମଧ୍ୟ ଉଦ୍ଧାର କରାଯାଉଛି।

ତେବେ ଭିଡିଓରେ ଦେଖିବାକୁ ମିଳୁଛି ବିଧାୟକ ଏକ ପଟ୍ଟା ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରି ଡଙ୍ଗା ପାଖକୁ ଆଣୁଛନ୍ତି। ବିଧାୟକଙ୍କ ସହ ଉଦ୍ଧାରକାରୀ ଦଳ ମଧ୍ୟ ଅଛନ୍ତି । ସୂଚନାଥାଉ କି, ଆସମର ୨୪  ଜିଲ୍ଲାର ୨୦୧୫ ଗାଁ ପାଣି ଘେରରେ ଅଛି। ଏଥିରେ ୧୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ଭିଡିଓଟି  ଗୁହାଟିଠାରୁ ୩୬୪ କିମି ଦୂର ଖୁମ୍‌ତାଇ ଅଞ୍ଚଳର ବୋଲି ଜଣାପଡ଼ିଛି। ଯାହା ବି ହେଉ, ବିଧାୟକଙ୍କ ଏପରି କାମ ଦେଖିବା ପରେ ସୋଶାଲ ମିଡିଆରେ ପ୍ରଶଂସାର ସୁଅ ଛୁଟିଛି।

 

ଆହୁରି ପଢ଼ନ୍ତୁ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

You might also like