ଆସାମରେ ପ୍ରକୃତିର ତାଣ୍ଡବ; ପ୍ରଳୟଙ୍କରୀ ବନ୍ୟାରେ ୧୦୨ ମୃତ

ଦିଶପୁର:ଆସାମରେ ପ୍ରକୃତିର ତାଣ୍ଡବ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଘରଦ୍ୱାର, ଚାଷ ଜମି ଓ ରାସ୍ତା ଘାଟ ସବୁଠି ପ୍ରକୃତିର ବିଭୀଷିକା । ବହୁ ସଂଖ୍ୟାରେ ଲୋକଙ୍କ ଘର, ଦ୍ୱାର ପାଣିରେ ବୁଡି ରହିଛି । ରାସ୍ତାରେ ୩/୪ ଫୁଟ୍ ଉଚ୍ଚରେ ଲହଡି ଭାଙ୍ଗୁଛି ବନ୍ୟାଜଳ।

ବ୍ରହ୍ମପୁତ୍ର ସମେତ ଅନ୍ୟ ନଦୀରେ ଜଳସ୍ତର ବଢିବାରେ ଲାଗିଛି।  ଦିନକୁ ଦିନ ପରିସ୍ଥିତି ଜଟିଳ ହେଉଛି । ୨୬ଟି ଜିଲ୍ଲାର ପ୍ରାୟ ୨୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଏହାସହ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ବଢି ୧୦୨ରେ ପହଞ୍ଚିଛି । ସେହିପରି ଭୁସ୍ଖଳନ ଯୋଗୁ ୨୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ଧେମାଜୀ, ନଲବାରୀ, ବେରପେଟା, ଚିରାଙ୍ଗ, ଗୋଙ୍ଗାଇଗାଁ, କୋକ୍ରାଝର, ଧୁବ୍ରୀ, ଦକ୍ଷିଣ ସାଲମାର, ଦିବ୍ରୁଗଡ ଜିଲ୍ଲାରେ ବନ୍ୟା ସ୍ଥିତି ଅତି ଗମ୍ଭୀର ହେବାରେ ଲାଗିଛି॥

ସେପଟେ ବନ୍ୟା ପ୍ରଭାବିତ ଜିଲ୍ଲାରେ ଏନ୍‌ଡିଆରଏଫ, ଏସଡିଆରଏଫ ଟିମ୍ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ଶୁଖିଲା ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ସହ ଦୟନୀୟ ଅବସ୍ଥାରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ସାରା ରାଜ୍ୟରେ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର ପାଇଁ ୧୦୧ଟି ବୋଟ୍ ଲଗାଯାଇଛି ।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA)ଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବନ୍ୟା ଯୋଗୁ ୧୦୨ ଜଣଙ୍କର ମୃତ୍ୟୁ ଘଟିଲାଣି। ଏମାନଙ୍କର ମଧ୍ୟରୁ ୨୬ ଜଣଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନଙ୍କର ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଘଟି ମୃତ୍ୟୁ ଘଟିଥିବା ASDMA ପକ୍ଷରୁ କୁହାଯାଇଛି।

ରବିବାର ସୁଦ୍ଧା ରାଜ୍ୟର ୩୩ ଟି ଜିଲ୍ଲାର ୨୩୬୫ଟି ଗାଁର ପ୍ରାୟ ୨.୫ ନିୟୁତ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ।

ଆହୁରି ପଢ଼ନ୍ତୁ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ

ମନ୍ତ୍ରୀପରିଷଦରୁ ଇସ୍ତଫା ଦେଲେ ହରସିମରତ୍ କୌର୍ ବାଦଲ

ସୀମାରେ ଚୀନ ସେନାର ନୂଆ ଷଡ଼ଯନ୍ତ୍ର

କରୋନା ମୁକାବିଲା ପାଇଁ ଏଇ ସହରରେ ଲାଗୁ ହେଲା ୧୪୪ ଧାରା

ଲଦାଖରେ ୩୦ ମହଲା ଉଚ୍ଚତାରେ ଜଗିଛନ୍ତି ଭାରତୀୟ ଯବାନ, ୯ ଚୀନ୍ ସେନା ପାଇଁ ଜଣେ ଭାରତୀୟ ସେନା ଭାରି ପଡ଼ିବ

You might also like