ଆସାମରେ ଚାଲିଲାନି ପ୍ରିୟଙ୍କାଙ୍କ ଯାଦୁ : ପୁଣି କ୍ଷମତା ଦଖଲ କରିପାରେ ବିଜେପି

ଦିସପୁର : କରୋନା ସଙ୍କଟ ମଧ୍ୟରେ ଆଜି ଘୋଷଣା ହେବ ଆସାମ ନିର୍ବାଚନ ଫଳାଫଳ । ପାଞ୍ଚ ବର୍ଷ ଧରି ସତ୍ତାରେ ଥିବା ଭାରତୀୟ ଜନତା ପାର୍ଟି ନିଜର ତାଜ ବଞ୍ଚାଇବା ପାଇଁ ଲଢ଼େଇ ଜାରି ରଖିଥିବା ବେଳେ ଶାସନ ଗାଦି ଅକ୍ତିଆର କରିବାକୁ ପୂରା ଦମ ଲଗାଇ ଦେଇଛି କଂଗ୍ରେସ ଦଳ । ତେବେ ପ୍ରାରମ୍ଭିକ ଫଳାଫଳ ଅନୁସାରେ ବିଜେପି ମେଣ୍ଟ ୬୯ ସିଟରେ ଆଗୁଆ ଚାଲୁଥିବା ବେଳେ, କଂଗ୍ରେସ ମେଣ୍ଟ ୩୫ ସିଟରେ ଆଗକୁ ବଢ଼ୁଛି ।

ବର୍ତ୍ତମାନ ବିଜେପି ଓ କଂଗ୍ରେସ ମଧ୍ୟରେ ଅନ୍ତର ବଢ଼ୁଥିବା ସ୍ପଷ୍ଟ ନଜର ଆସୁଛି । ଅନ୍ୟପଟେ ଆସାମ ଜାତୀୟ ପରିଷଦ ପ୍ଲସ୍ ୧ ସିଟରେ ଆଗୁଆ ରହିଛି । ମାଜୁଲୀ ସିଟରୁ ନିର୍ବାଚନ ଲଢ଼ିଥିବା ବିଜେପି ପ୍ରାର୍ଥୀ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆଗୁଆ ଅଛନ୍ତି । ଭୋଟଗଣତି ପାଇଁ ୩୩୧ ମତଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

You might also like