ଛେଳି ଗୁହାଳରେ ସାରା ରାତି ରହିଲା ମହାବଳ, ସକାଳୁ ମାଲିକାଣି କବାଟ ଖୋଲି ଦେଖିଲେ….

ଆସାମ: ଆସାମ ବନ୍ୟ ପରିସ୍ଥିତି ସଙ୍ଗୀନ ହୋଇଛି। କାଜିରଙ୍ଗା ଜାତୀୟ ଉଦ୍ୟାନର ୮୦ ପ୍ରତିଶତ ବନ୍ୟାଜଳ ଘେରରେ ବୁଡ଼ି ରହିଛି। ନାଶନାଲ ପାର୍କର ଡାଇରେକ୍ଟର ପି.ଶିବକୁମାରଙ୍କ କହିବା ଅନୁଯାୟୀ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ପାର୍କର ୬୬ ଜୀବଙ୍କର ମୃତ୍ୟୁ ଘଟିଲାଣି। ୧୭୦ ଜନ୍ତୁଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ଆସାମରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଅନେକ ଧନ ଜୀବନ ନଷ୍ଟ ହେଲାଣି ଏହି ବନ୍ୟାରେ। ବର୍ତ୍ତମାନ ସୁଦ୍ଧା ଆସାମ ବନ୍ୟାରେ ପ୍ରାୟ ୮୫ ଲୋକଙ୍କ ମୃତ୍ୟୁ ଘଟିଲାଣି ।

ଏହି ବନ୍ୟାବେଳେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ନାଶନାଲ ପାର୍କରେ ପାଣି ପଶିଯିବା ଯୋଗୁ ପଶୁମାନେ ଉଚ୍ଚ ଜାଗାକୁ ପଳାଇ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ସମୟରେ ଏକ ମହାବଳ ଖବର ପଳାଇ ଆସି ନିକଟସ୍ଥ ଏକ ଗ୍ରାମର ଏକ ଗୁହାଳରେ ପଶି ଯାଇଥିଲା। ସାରା ରାତି ଗୁହାଳରେ ରହିଥିଲା। ଗୁହାଳରେ ଅନେକ ଛେଳି ଥିଲେ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ସାରା ରାତି ଛେଳିଙ୍କ ଗହଣରେ ବାଘ ରହିଥିଲେ ମଧ୍ୟ ସେମାନଙ୍କର କୌଣସି କ୍ଷତି କରି ନ ଥିଲା। ସକାଳୁ ଯେତେବେଳେ ମାଲିକାଣି ପହଞ୍ଚିଲେ ଦେଖିଲେ ବାଘ ଶୋଇଛି। ପରେ ବାଘକୁ ସୁରକ୍ଷିତ ବାହାର କରାଯାଇଥିଲା।

You might also like