କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

ଆସାମ: ଦୀର୍ଘ ୯ ମାସରୁ ଅଧିକ ସମୟ କରୋନା କାରଣରୁ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ତେବେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ କଥା ତ ଥରେ ଭାବନ୍ତୁ ସେମାନେ କେମିତି ସାଧାରଣ ଜୀବନ ଠାରୁ ଅଲଗା ହୋଇ ବିରକ୍ତି ଅନୁଭବ କରୁଥିବେ। କିନ୍ତୁ ବିଭିନ୍ନ ସମୟରେ ଆପଣ ଦେଖିଥିବେ ଡାକ୍ତର ବା ସ୍ୱାସ୍ଥ୍ୟ କର୍ମଚାରୀ ଗୀତ ଗାଇ ବା ଗୀତର ତାଳେତାଳେ ଡ୍ୟାନ୍ସ କରି କରୋନା ରୋଗୀଙ୍କ  ମନୋରଞ୍ଜନ କରିବା । ସେହିଭଳି ଏବେ ଜଣେ ଡାକ୍ତରଙ୍କ ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ ହୋଇଛି।

ଏହି ଭିଡିଓଟିରେ ଆସାମର ଜଣେ ଇଏନ୍‌ଟି ସର୍ଜନ ଡାକ୍ତର ହ୍ରିତିକ୍‌ ରୋଶନ୍ ଏବଂ ବାଣୀ କାପୁରଙ୍କ ଫେମସ୍ ଗୀତ ଘୁଙ୍ଗରୋରେ ଡ୍ୟାନ୍ସ କରୁଥିବା ଦେଖାଯାଉଛି। ଡାକ୍ତର ହେଲେ ମଧ୍ୟ ତାଙ୍କର ଡ୍ୟାନ୍ସ ଯେକୌଣସି ଲୋକର ମନ ମୋହିନେବ।

ଏହି ଭିଡିଓଟି ଡାକ୍ତର ସାୟେଦ ଫାଇଜାନ ଅହମ୍ମଦ ନାମକ ଜଣେ ବ୍ୟକ୍ତି ତାଙ୍କର ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ମୋର ସହଯୋଗୀ ଡାକ୍ତର ଅରୂପ ସେନାପତିଙ୍କୁ ଭେଟନ୍ତୁ। ପେଶାରେ ସେ ଜଣେ ଇଏନ୍‌ଟି ସର୍ଜନ ଡାକ୍ତର। ସେ ଏବେ ସିଲ୍‌ଚର ମେଡିକାଲ କଲେଜ୍‌ ଆସାମର କୋଭିଡ୍‌ ଡାକ୍ତରଖାନାରେ କାର୍ଯ୍ୟରତ। ସେ କରୋନା ଆକ୍ରାନ୍ତଙ୍କୁ ଖୁସି କରିବା ପାଇଁ ତାଙ୍କ ସାମ୍ନାରେ ଡ୍ୟାନ୍ସ କରୁଛନ୍ତି।

ତେବେ ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି। ଟ୍ୱିଟରରେ ସେୟାର ହେବା ପରେ ଭିଡିଓଟିକୁ ପାଖାପାଖି ୧.୫ ମିଲିୟନ୍‌ ଲୋକ ଦେଖିସାରିଲେଣି।

You might also like