ଅସାମ ସରକାରଙ୍କ ଚିନ୍ତା ବଢାଇଲେ କରୋନା ଆକ୍ରାନ୍ତ ବ୍ୟବସାୟୀ, ଏତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ….

ଗୁଆହାଟୀ: ଅସାମରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇ ସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । କେବଳ ଶୁକବ୍ରାର ୧୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଶନିବାର ରାତିରେ ଏହି ସଂଖ୍ୟାବୃଦ୍ଧି ପାଇ ୨୬ରେ ପହଞ୍ଚିଛି । ଏହି ସଂକ୍ରମିତଙ୍କ ମଧ୍ୟରେ ଜଣେ ବ୍ୟବସାୟୀ ରହିଛନ୍ତି ଯିଏ ଅସାମ ସରକାରଙ୍କ ପାଇଁ ବର୍ତ୍ତମାନ ଚିନ୍ତାର କାରଣ ହୋଇଛନ୍ତି ।

ଏହି ବ୍ୟବସାୟୀ ଜଣକ ୧୧୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏହି ସମସ୍ତ ଲୋକଙ୍କୁ ଚିହ୍ନଟ କରି ସାରିଲାଣି ।
ଗୁହାଟିର ଏହି ବ୍ୟକ୍ତିଜଣକ କିଛି ଦିନ ତଳେ ଦିଲ୍ଲୀ ଆସିଥିଲେ । ତେବେ ଦିଲ୍ଲୀରୁ ସେ ସଂକ୍ରମିତ ହୋଇ ନାହାନ୍ତି । ସେ ସ୍ଥାନୀୟ କୌଣସି ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ସଂପୃକ୍ତ ବ୍ୟକ୍ତିଙ୍କ ଘର ଆଖପାଖ ସାନିଟାଇଜ୍‌ କରାଯାଉଛି ।
ଅସାମ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ସେ ପ୍ରାୟ ଏକମାସ ତଳୁ ଦିଲ୍ଲୀରୁ ଫେରିଲେଣି । ତେଣୁ ସଂକ୍ରମଣ ସହ ଦିଲ୍ଲୀ ଗସ୍ତର କୌଣସି ସମ୍ପର୍କ ନାହିଁ ।

ସେଠାରୁ ଫେରିବାର ୨୮ ଦିନ ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ ତାଙ୍କର କାରବାର ଭିତରେ ସେ ଅନେକ ଲୋକଙ୍କ ସହ ମିଶିଛନ୍ତି ଯାହା ସେ ନିଜେ ବି ଜାଣି ନାହାନ୍ତି । ତେବେ ସେ ୧୧୧ ଜଣଙ୍କ ତାଲିକା ଦେଇଛନ୍ତି ଯେଉଁମାନଙ୍କ ସହ ସେ ସିଧାସଳଖ ମିଶିଛନ୍ତି । ଅନେକ ଲୋକଙ୍କ ସାମ୍ପଲ ଟେଷ୍ଟ ପାଇଁ ନିଆଯାଇଛି । ବ୍ୟବସାୟୀ ଜଣକ ଯେଉଁଠି ରୁହନ୍ତି ସେଠାରେ ୧୫୦ ପରିବାର ବାସବାସ କରନ୍ତି । ଏହି ପରିବାରର ସମସ୍ତ ଲୋକ ନିଜ ଘରେ କ୍ୱାରେନଣ୍ଟାଇନ୍‌ରେ ରହୁଛନ୍ତି ।
ଇ୍ୟବସାୟୀ ଜଣକ ୨୯ ଫେବ୍ରୁଆରୀରେ ଦିଲ୍ଲୀରୁ ଫେରିଥିଲେ । ଲକ୍‌ଡାଉନ ଘୋଷଣା କରାଯିବା ପୂର୍ବରୁ ସେ ଅନେକ ଲୋକଙ୍କ ସହ ମିଶିଥିଲେ । ସେ ସିଲଂ ଏବଂ ନିଜ ହୋମ ଟାଉନ୍‌ ନାଗୌନ ମଧ୍ୟ ଯାଇଥିଲେ । ଜ୍‌:ର ହେବାରୁ ସେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନକୁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ କରୋନା ଟେଷ୍ଟ ପାଇଁ କହିଥିଲେ । ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

You might also like