ଦୁଷ୍କର୍ମ ଅଭିଯୋଗରେ ବିଜେପି ନେତା ଗିରଫ୍‌

ଦିସପୁର: ଦୁଷ୍କର୍ମ କରିବା ଅଭିଯୋଗରେ ବିଜେପି ନେତାଙ୍କୁ ଗିରଫ୍‌ କଲା ପୁଲିସ୍। ଶୁକ୍ରବାର ଆସାମର ହୋଜାଇ ଜିଲ୍ଲାରେ କମ୍ରୁଲ୍‌ ହକ୍‌ ଚୌଧୁରୀ ନାମକ ଜଣେ ବିଜେପି ନେତାଙ୍କୁ ଗିରଫ୍ କରିଛି ଆସାମ ପୁଲିସ। ସେ ଜିଲ୍ଲାର ସଂଖ୍ୟାଲଘୁ ମୋର୍ଚ୍ଚାର ଅଧ୍ୟକ୍ଷ ଥିଲେ।

ହୋଜାଇ ଜିଲ୍ଲାର ଲଙ୍କା ପୁଲିସ୍‌ ଷ୍ଟେସନ୍‌ର ତାଙ୍କ ବିରୋଧରେ ଆପିସି ଧାରା ୩୭୬ (ଦୁଷ୍କର୍ମ),୫୧୧(ଦଣ୍ଡନୀୟ ଅପରାଧ କରିବାକୁ ପ୍ରୟାସ) ଏବଂ ୫୦୬(ଅପରାଧିକ ଧମକ) ଆଧାରରେ ମାମଲା ରୁଜ୍ଜୁ ହୋଇଛି।

ହୋଜାଇ ଦିଲ୍ଲା ଅତିରିକ୍ତ ଏସ୍‌ପି ସୁମନ ଚକ୍ରୋବୋର୍ତ୍ତୀଙ୍କ କହିବାନୁସାରେ, ଜଣେ ମହିଳା କମ୍ରୁଲ ହକ୍‌ଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜ୍ଜୁ କରିଛନ୍ତି। ମେ ୧୧ ତାରିଖରେ କମ୍ରୁଲ ତାଙ୍କ ଘରେ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଥାନାରେ ଅଭିଯୋଗ  କରିଛନ୍ତି ମହିଳା। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଏକ ମାମଲା ରୁଜ୍ଜୁ କରି କମ୍ରୁଲ୍‌ଙ୍କୁ ଗିରଫ କରିଥିବା ଏଏସ୍‌ପି ସୂଚନା ଦେଇଛନ୍ତି।

ତେବେ ଏହି ଘଟଣା ପରେ ବିଜେପି କମ୍ରୁଲ୍‌ ହକ୍‌ଙ୍କୁ ଦଳରୁ ବହିଷ୍କାର କରିଛି। ଏନେଇ ଦଳ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କମ୍ରୁଲ୍‌ ହକ୍‌ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାରୁ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ବୋଲି ଉଲ୍ଲେଖ ରହିଛି।

You might also like