ଆସାମବାସୀଙ୍କୁ ବନ୍ୟା ଡର ସହିତ ଭୂକମ୍ପ ଝଟ୍କା
ନୂଆଦିଲ୍ଲୀ: ଲଗାଣ ବର୍ଷା ଯୋଗୁ ବନ୍ୟାରେ ଉବୁଟୁବୁ ହେଉଥିବା ଆସାମବାସୀ ଆଜି ଭୂକମ୍ପ ଝଟ୍କା ଅନୁଭବ କରିଛନ୍ତି। ଆଜି ମଧ୍ୟାହ୍ନ ୨.୫୩ରେ ଆସାମ ସମେତ ଉତ୍ତର ପୂର୍ବ ଭାରତର ଅଧିକାଂଶ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି।
ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୫.୯ ରହିଥିବା ଜଣାପଡ଼ିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଅରୁଣାଚଳ ପ୍ରଦେଶର ପୂର୍ବରେ ଅବସ୍ଥିତ କେମେଙ୍ଗରେ ରହିଛି। ତେଣୁ ଆସାମ ଓ ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟ୍କା ଅଧିକ ଅନୁଭୂତ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗୁଆହାଟୀ ଏବଂ ଆସାମର ଏକାଧିକ ଜିଲ୍ଲାରେ ଭୂକମ୍ପର ଝଟ୍କା ଦେଖିବାକୁ ମିଳିଛି। ଏଥିସହ ଉତ୍ତର ଭାରତରେ ମଧ୍ୟ ଏହାର ମୃଦୁ ଝଟ୍କା ଲୋକମାନେ ଅନୁଭବ କରିଥିଲେ।