ସ୍ୱପ୍ନରେ ରହିଗଲା ଫିଲ୍ମରେ ଅଭିନୟ କରିବାର ଇଚ୍ଛା

ମୁମ୍ବାଇ: ଅଭିନେତ୍ରୀ ହେବାକୁ ଚାହୁଁଥିବା ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇରେ ଏହି ଅଭାବନୀୟ ଘଟଣା ଘଟିଛି।

ଯୁବତୀ ଜଣକ ତାଙ୍କ ଆପାର୍ଟମେଣ୍ଟ୍‌ର ଟେରାସ୍‌ରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।ତାଙ୍କ ବୟସ ପାଖାପାଖି ୨୦ ବର୍ଷ ହେବବୋଲି ଅନୁମାନ କରାଯାଉଛି। ସେ ଫିଲ୍ମରେ ଅଭିନୟ କରିବା ପାଇଁ ଦୀର୍ଘ ଦିନ ଧରି ସଂଘର୍ଷ କରୁଥିଲେ ବୋଲି ଜଣାପଡ଼ିଛି।

ଯୁବତୀ ଜଣକ ରହୁଥିବା ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡଙ୍କ କହିବା ଅନୁଯାୟୀ, ‘ଗତକାଲି ରାତି ୧୨ଟା ୧୫ମିନିଟ୍‌ରୁ ୧୨ଟା ୩୦ମିନିଟ୍‌ ମଧ୍ୟରେ ଏହି ଘଟଣା ଘଟିଛି। ପ୍ରଥମେ କିଛି ଶବ୍ଦ ଶୁଭିଥିଲା। ମୁଁ ଭାବିଲି କି, ରାସ୍ତାରେ କେହି ଲୋକ ପାଟି କରୁଛନ୍ତି। ପ୍ରକୃତରେ ଘଟଣା କ’ଣ ଜାଣିବା ପାଇଁ ଆମେ ସେଠାକୁ ଗଲୁ। ମୁଁ ଫେରିଲା ବେଳକୁ ତୃତୀୟ ମହଲାରୁ ଏକ ଶବ୍ଦ ଶୁଣିଲି। ଯେଉଁଠି ଯୁବତୀ ଜଣକ ରହୁଥିଲେ। ଏହାପରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା।’

ପୁଲିସ୍‌ର ସୂଚନା ଅନୁଯାୟୀ, ଉକ୍ତ ଯୁବତୀ ଜଣକ ମାନସିକ ଚିନ୍ତାରେ ରହୁଥିଲେ। ଏପରିକି ସେ ବାରମ୍ବାର ତାଙ୍କ ମା’ଙ୍କ ସହ ଝଗଡ଼ା ମଧ୍ୟ କରୁଥିଲେ। ଏହା ପୂର୍ବରୁ ସେ ୨ଥର ଆତ୍ମହତ୍ୟା ପାଇଁ ଉଦ୍ୟମ ବି କରିଥିଲେ। ହେଲେ ସେ ବଞ୍ଚି ଯାଇଥିଲେ।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like