ପାସ୍‌ ମାଗିବାରୁ ହୋମଗାର୍ଡଙ୍କୁ ବସ୍‌ଉଠ କଲେ କୃଷି ଅଧିକାରୀ, ନିଲମ୍ୱନ ହେଲେ ଏଏସଆଇ

ବିହାର: ତଳିଆ କର୍ମଚାରୀ ନିଜ କର୍ତ୍ତବ୍ୟବୋଧ ପ୍ରତି ଯେତିକି ସଚେତନ ବରିଷ୍ଠ ଅଧିକାରୀମାନେ ସେତିକି ସଚେତନ ନୁହଁନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବିହାରରେ। ଜଣେ ହୋମଗାର୍ଡ ତାଙ୍କ କର୍ତ୍ତବ୍ୟକୁ ବୁଝି ଲକ୍‌ ଡାଉନବେଳେ ଗାଡି ଚାଳକଙ୍କୁ ପାସ୍ ମାଗିଛନ୍ତି। ଆଉ ଏଥିପାଇଁ ଗାଡିରେ ବସିଥିବା କୃଷି ବିଭାଗର ଜଣେ ଅଫିସର ତାଙ୍କୁ ଉଠବସ୍‌ କରାଉଛନ୍ତି। ସବୁଠାରୁ ଦୁଃଖର କଥା ହେଉଛି, ବରିଷ୍ଠ ପୋଲିସ ଅଧିକାରୀ ସେଠାରେ ଉପସ୍ଥିତି ରହି ଏହାକୁ ଦେଖୁଥିଲ ମଧ୍ୟ କିଛି ପ୍ରତିକାର ନାହାନ୍ତି।

ବିହାରର ଅରରିଆ ଜିଲ୍ଲାର ଏହି ହୋମଗାର୍ଡଙ୍କୁ ବସଉଠ କରୁଥିବା ସମୟରେ ଉପସ୍ଥିତ ଥିବା ଏଏସଆଇକୁ ନିଲମ୍ବିତ କରାଯାଇଛି। ଏଏସଆଇଙ୍କ ନାଁ ଗୋବିନ୍ଦ ସିଂ । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ଏଏସଆଇ ଜଣଙ୍କ ହୋମଗାର୍ଡଙ୍କୁ ପାଟି କରୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ ସେଠାରେ ଉପସ୍ଥତି ଥିବା କୃଷି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୃଷି ବିଭାଗୀୟ ଅଧିକାରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଜିଲ୍ଲା ଅଧିକାରୀମାନେ ମଧ୍ୟ ତଦନ୍ତ କରୁଛନ୍ତି।

ଖବର ଅନୁଯାୟୀ, ଲକ୍‌ଡାଉନ୍‌ ସମୟରେ ହୋମଗାର୍ଡ ଡ୍ୟୁଟି କରୁଥିଲେ। ସେହି ରାସ୍ତାରେ କୃଷି ଅଧିକାରୀ ଜଣଙ୍କ ଗାଡିରେ ଯିବା ସମୟରେ ହୋମଗାର୍ଡ ଜଣଙ୍କ ତାଙ୍କ ଗାଡିକୁ ଅଟକାଇ ପାସ୍‌ ମାଗିଥିଲେ। ଏନେଇ ଅଧିକାରୀ ଜଣଙ୍କ ରାଗିଯାଇ ହୋମଗାର୍ଡଙ୍କୁ ପାଟି କରିବା ସହ ଉଠବସ କରିଥିଲେ।

ସେହି ସମୟର ସମ୍ପୂର୍ଣ୍ଣ ଘଟଣାକୁ କେହି ଜଣେ ମୋବାଇଲରେ ରେକର୍ଡ କରିଥିଲେ। ୨୦ ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରୁ ସ୍ପଷ୍ଟ ଜଣାପଡୁଥିଲା ଯେ ଅଧିକାରୀ ଜଣଙ୍କ ହୋମଗାର୍ଡଙ୍କୁ ପାଟି କରୁଥିଲେ। ସେଠାରେ ଉପସ୍ଥିତ ଅନ୍ୟମାନେ ସେହି ହୋମଗାର୍ଡଙ୍କ ସିନିୟର ବୋଲି ଜଣାପଡୁଥିଲା।  ଭିଡିଓରୁ ଶୁଣିବାକୁ ମିଳୁଛି ଯେ, କେହି ଜଣେ ଯୁବକ ହୋମଗାର୍ଡଙ୍କୁ କହୁଛନ୍ତି ‘ତୁମେ ତାଙ୍କୁ କିପରି ଅଟକାଇ ପାରିବ…ସେ ଜଣେ ବରିଷ୍ଠ କୃଷି ଅଧିକାରୀ’।

 

ଆହୁରି ପଢ଼ନ୍ତୁ

You might also like