ରାଜସ୍ଥାନ ରାଜନୀତି ଅପ୍‌ଡେଟ୍‌; ବିଜେପିକୁ କାଉଣ୍ଟର କରି ଆସ୍ଥା ଭୋଟ୍ କରିପାରେ କଂଗ୍ରେସ

ଜୟପୁର: ରାଜସ୍ଥାନ ରାଜନୀତିରେ ଟ୍ୱିଷ୍ଟ। କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି। ଏ ନେଇ ଗତକାଲି ବିଧାୟକ ଦଳର ବୈଠକେରେ ନିଷ୍ପତ୍ତି ନିଯାଇଛି। ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ରାଜ୍ୟ ବିଜେପି ମୁଖ୍ୟ ସତିଶ ପୁନିଆ ସୂଚନା ଦେଇଛନ୍ତି। ବିଜେପିର ଏହି ଘୋଷଣା ପରେ ଦଳକୁ ଟାର୍ଗେଟ କରିବା ପାଇଁ କଂଗ୍ରେସ ମଧ୍ୟ ଆସ୍ଥା ଭୋଟ୍ କଥା କହିଛି।

ଆଜି ରାଜସ୍ଥାନ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ସଚିନ ପାଇଲଟ ଫେରିବା ପରେ ଚିନ୍ତାଶୂନ୍ୟ ହୋଇଛି ଶାସକ କଂଗ୍ରେସ। ପୂର୍ବରୁ ଆସ୍ଥା ଭୋଟ ପ୍ରସଙ୍ଗରେ ପଛଘୁଞ୍ଚା ଦେଉଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବେ ଏହା ସପକ୍ଷରେ ମତ ଦେଇଛନ୍ତି। ତେଣୁ ଆଜିର ଅଧିବେଶନରେ ନିଜ ଆଡୁ ଆସ୍ଥା ଭୋଟ ଆଣିପାରନ୍ତି ରାଜସ୍ଥାନ ସରକାର।

ଅଧିବେଶନରେ ପୂର୍ବରୁ କଂଗ୍ରେସର ରଣନୀତି କଣ ରହିବ ସେ ନେଇ ଗତକାଲି କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ଅନ୍ୟ ବିଧାୟକଙ୍କ ସହ ସଚିନ ପାଇଲଟ୍ ସାମିଲ ହୋଇଥିଲେ।

ପ୍ରାୟ ଏକମାସ ପରେ ସଚିନ ପାଇଲଟ୍ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସାମ୍ନାସାମ୍ନି ହୋଇଥିଲେ। କଂଗ୍ରେସ ବିଧାୟକ ଦଳ ବୈଠକ ପୂର୍ବରୁ କଂଗ୍ରେସ ପକ୍ଷରୁ ବିଧାୟକ ଭଁଅର ଲାଲ ଶର୍ମା ଓ ବିଶବେନ୍ଦ୍ର ସିଂଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଥିଲା। ବୈଠକରେ ଯୋଗ ଦେବାକୁ ବିଦ୍ରୋହୀ ବିଧାୟକମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଗତମାସରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବିରୋଧ କରି ନିଜର ସମର୍ଥିତ ବିଧାୟକଙ୍କୁ ନେଇ ବିଦ୍ରୋହ କରିଥିଲେ ସଚିନ ପାଇଲଟ୍। ଦୀର୍ଘଦିନ ଧରି ରାଜନୈତିକ ଅସ୍ଥିରତା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧିଙ୍କ ସହ ଆଲୋଚନା ପରେ ସଚିନ ଦଳକୁ ଫେରିଛନ୍ତି।

କରୋନା କଟକଣାକୁ ନଜରରେ ରଖି ବିଧାନସଭା ଅଧିବେନଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବିଧାୟକଙ୍କୁ ମାତ୍ର ଦୁଇ ଜଣ ସହାୟକ ନେବାକୁ ଅନୁମତି ମିଳିବ। ସମସ୍ତଙ୍କୁ ପ୍ରବେଶ ପଥରେ ସ୍କାନିଂ କରାଯିବ।

ଆହୁରି ପଢ଼ନ୍ତୁ

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

You might also like