ଅଶୋକ ଗେହଲଟ୍‌ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ରାଜସ୍ଥାନରେ ଚାଲିଥିବା ଛକାପଞ୍ଝାର ଅନ୍ତ ଘଟିଛି। ରାଜସ୍ଥାନର ନୂଆ ମଖ୍ୟମନ୍ତ୍ରୀ ଭାବେ ଅଶୋକ ଗେହଲଟ୍‌ଙ୍କୁ ଚୟନ କରାଯାଇଛି। ଏନେଇ ଗତକାଲି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି। ସଚିନ୍‌ ପାଇଲଟ୍‌ଙ୍କୁ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଶୋକ ଗେହଲଟ୍‌ ଓ ସଚିନ୍‌ ପାଇଲଟ୍‌ଙ୍କ ସହ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ୍‌ କରିବାର କିଛି ସମୟ ପରେ ‌ଏହି ଘୋଷଣା କରାଯାଇଥିଲା।  “The United Colours of Rajasthan” ଫଟୋର କ୍ୟାପସନ୍‌ ଥିଲା।

ସଚିନ ପାଇଲଟ୍ ଓ ଅଶୋକ ଗେହଲଟଙ୍କ ସହ ଦୀର୍ଘ ସମୟ ଧରି ରାହୁଲ ଗାନ୍ଧି ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଥିଲା। ଅଶୋକ ଗେହଲଟ୍‌ ତୃତୀୟ ଥର ପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ୨୦୧୯ ନିର୍ବାଚନକୁ ଆଖିରେ ରଖି ଗେହଲଟ୍‌ଙ୍କୁ ପୁଣି ଥରେ ରାଜସ୍ଥାନର ନେତୃତ୍ୱ ଦେବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି।

You might also like