ଜେ। ବାଇଡେନଙ୍କ ଡିଜିଟାଲ ଟିମରେ କାଶ୍ମୀର ଝିଅ ଆଏସା ଶାହା

ଆମେରିକା : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜେ। ବାଇଡେନଙ୍କ ଡିଜିଟାଲ ଟିମରେ ଭାରତୀୟ ବଂଶେ।ଦ୍ଭବ ତଥା କାଶ୍ମୀର ଜନ୍ମିତ ଆଏସା ଶାହାଙ୍କୁ ମିଳିଛି ବରିଷ୍ଠ ତଥା ସମ୍ମାନଜନକ ପଦବୀ । ହ୍ୱାଇଟ ହାଉସ ପକ୍ଷରୁ ଏନେଇ ସେ।ମବାର ସ୍ପଷ୍ଟ କରାଯାଇଛି । ଆଏସା ହ୍ୱାଇଟ ହାଉସ ଡିଜିଟାଲ ଟିମର ଗୁରୁତ୍ୱପୂର୍ଣ୍ଣ ଅଂଶ ରହିବେ ।

ଲୁଇସିଆନରେ ବଢ଼ିଥିବା ଆଏସା  ନିର୍ବାଚନ ପ୍ରଚାର ସମୟରେ ବାଇଡେନ୍ – ହ୍ୟାରିସ୍ ଟିମରେ ଡିଜିଟାଲ ପାଟନରସିପ୍ ମ୍ୟାନେଜର ରୂପେ କାମ କରୁଥିଲେ । ଆଉ ଏହା ପୂର୍ବରୁ ଆଏସା କେନେଡି ସେଣ୍ଟର ଅଫ୍ ଦ ପରଫର୍ମିଂ ଆର୍ଟର କର୍ପେ।ରେଟ୍ ଫଣ୍ଡିଂର ପ୍ରବନ୍ଧକ ରୂପେ କାର୍ଯ୍ୟ ତୁଲାଉଥିଲେ । କେବଳ ଏତିକି ନୁହେଁ ସେ ବୟ ନାମକ ଏକ ମାର୍କେଟିଂ ଫାର୍ମରେ ସଂଚାର ବିଶେଷଜ୍ଞ ରୂପେ ମଧ୍ୟ କାମ କରିଛନ୍ତି ।

ଗତ ସପ୍ତାହରେ ବାଇଡେନ୍ ହ୍ୱାଇଟ୍ ହାଉସର କମ୍ୟୁନିକେସନ ଓ ପ୍ରେସ୍ କର୍ମଚାରୀଙ୍କ ନୂତନ ତାଲିକା ଘେ।ଷଣା କରିଛନ୍ତି । ବାଇଡେନଙ୍କ ସେହି ଟିମରେ ଭାରତୀୟ ବଂଶେ।ଦ୍ଭବ ବେଦାନ୍ତ ପଟେଲଙ୍କୁ ସ୍ଥାନ ମିଳିଛି । ବେଦାନ୍ତ ପଟେଲଙ୍କୁ ଅତିରକ୍ତ ସଚିବ ରୂପେ ନିଯୁକ୍ତି ଦିଆଯାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲ ଅନେକ ସମୟ ଧରି ବାଇଡେନଙ୍କ ସହ । ବେଦାନ୍ତ ପେଟଲଙ୍କ ଜନ୍ମ ଭାରତରେ ହେ।ଇଥିବା ବେଳେ ସେ କାଲିଫର୍ଣ୍ଣଆରେ ବଢ଼ିଥିଲେ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଇଡେନଙ୍କ ପକ୍ଷରୁ ଆଞ୍ଚଳିକ ସଂଚାର ନିର୍ଦ୍ଦେଶକ ରୂପେ କାମ ତୁଲାଇଥିଲେ ।

ସେପଟେ ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା ଜେ ବାଇଡେନ୍ ଅଭିଯାଗ କରିଛନ୍ତି, ଡେ।ନାଲ୍ଡ଼ ଟ୍ରମ୍ପ ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ପ୍ରଦାନ କିରବାରେ ସହଯେ।ଗ କରୁନାହାନ୍ତି । ଦେଶର ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ତଥ୍ୟ ହସ୍ତାନ୍ତର ନକରିବା ଦ୍ୱାରା ଦେଶର ସୁରକ୍ଷା ପ୍ରତି ବିପଦ ସଷ୍ଟି ହେ।ଇଛି । କେବଳ ଏତିକି ନୁହେଁ ବାଇଡେନ୍ ଟ୍ରମ୍ପ ପ୍ରଶାସନର ଦାୟିତ୍ୱବେ।ଧ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। କ୍ଷେ।ଭପ୍ରକାଶ କରିବା ସହ ଟ୍ରମ୍ପ ପ୍ରଶାସନ ଶୀଘ୍ର ପଦେକ୍ଷପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବେ।ଲି ଗୁରୁତ୍ୱାରେ।ପ କରିଛନ୍ତି ବାଇଡେନ୍ ।

ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେ।ଇଛନ୍ତି ଡେମେ।କ୍ରାଟିକ୍ ପ୍ରାର୍ଥ ଜେ। ବାଇଡେନ୍ । ରାଷ୍ଟ୍ରପତି ନିର୍ବାଚନରେ ହେ।ଇଥିବା ଟ୍ରମ୍ପ ଓ ବାଇଡେନଙ୍କ କଡ଼ା ଟକ୍କର ମଧ୍ୟରେ ବାଇଡେନ୍ ବାଜି ମାରିନେଇଥିଲେ । ରିପବ୍ଲିକାନ୍ ପ୍ରାର୍ଥ ତଥା ରାଷ୍ଟ୍ରପତି ଡେ।ନାଲ୍ଡ ଟ୍ରମ୍ପଙ୍କୁ ମାତ ଦେଇ ଖୁବଶୀଘ୍ର ସେ ଦେଶର ନୂଆ ରାଷ୍ଟ୍ରପତି ଭାବେ ଶାସନ ଭାର ସମ୍ଭାଳିବାକୁ ଯାଉଛନ୍ତି ।

ସୂଚନାଯେ।ଗ୍ୟ ଗତ ମାସରେ ମଧ୍ୟ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଜଣେ ଭାରତୀୟ ବଂଶୋଦ୍ଭବ ମହିଳା ମାଲା ଅଡିଗାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିଲେ । ସେହି  ଆମେରିକୀୟ-ଭାରତୀୟ ମହିଳା ମାଲା ଆଗକୁ ଆମେରିକାର ହେବାକୁ ଥିବା ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌ଙ୍କର ନୀତି ନିର୍ଦ୍ଦେଶକ ଭାବେ ଦ୍ୱାୟିତ୍ୱ ତୁଲାଇବେ। ଜିଲ୍‌ ଆମେରିକାରେ ଶିକ୍ଷା ଏବଂ କମ୍ୟୁନିଟି ଟିଚିଙ୍ଗ୍‌ ବା ସାମୂହିକ ଶିକ୍ଷାଦାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ତେଣୁ ଦେଶରେ ଶିକ୍ଷା ନୀତିକୁ ନେଇ ଅନୁଭବୀ ମାଲାଙ୍କୁ ଏହି ଦ୍ୱାୟିତ୍ୱ ଦିଆଯାଇଛି ।

କିଛି ଦିନ ପୂର୍ବରୁ ଜୋ ବାଇଡେନ୍ କରେ।ନା ଟିକା ନେଇଥିଲେ । ଖ୍ରୀଷ୍ଟିଆନାକେୟାର୍‌ ହସ୍‌ପିଟାଲ୍‌ରେ ଫାଇଜର ବାୟୋଟେକ ଦ୍ୱାରା ପ୍ରସ୍ତୁତି କରୋନା ଟିକା ନେଇଥିଲେ ବାଇଡେନ। କରୋନା ଟିକା ଉପଲବ୍‌ଧ ହେଲେ ଯେପରି ସମସ୍ତେ ବିନା ଦ୍ୱିଧା ଓ ବିନା ଭୟରେ ଟିକା ନେଇପାରିବେ ସେଥିପାଇଁ ବାଇଡେନ ଆଗ ସର୍ବସାଧାରଣ ଟିକା ନେଇଥିଲେ । 

You might also like