ବିଶାଳ କ୍ୱାରେଣ୍ଟାଇନ ସେଣ୍ଟର ନିର୍ମାଣ କରୁଛି ଆସାମ
ଗୌହାଟୀ: କରୋନା ଆକ୍ରାନ୍ତଙ୍କୁ ରଖିବା ପାଇଁ ଆସାମ ସରକାର ଏକ ବିଶାଳ କ୍ୱାରେଣ୍ଟାଇନ ସେଣ୍ଟର ନିର୍ମାଣ କରୁଛନ୍ତି। ସପ୍ତାହକ ମଧ୍ୟରେ ଏହି ବିଶାଳ କ୍ୱାରେଣ୍ଟାଇନ ସେଣ୍ଟରର କାମ ସାରିବାକୁ ଆସାମ ସରକାର ଯୋଜନା ରଖିଥିବା ରାଜ୍ୟର ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଜି ସୂଚନା ଦେଇଛନ୍ତି।
ଏହି ବିଶାଳ କ୍ୱାରେଣ୍ଟାଇନ ସେଣ୍ଟର ବିମାନର ହ୍ୟାଙ୍ଗର ଭଳି ଦେଖାଯାଉଛି। ଯାହାର ଫଟୋକୁ ହିମନ୍ତ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, “ଗୌହାଟୀରେ ଥିବା ସରୁସୋଜାଇ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଏକ ବିଶାଳ କ୍ୱାରେଣ୍ଟାଇନ ସେଣ୍ଟର ନିର୍ମାଣ କରାଯାଉଛି। ଯେଉଁଠାରେ ୭୦୦ ଲୋକ ରହି ପାରିବେ। ଆଉ ମାତ୍ର ସପ୍ତାହକ ମଧ୍ୟରେ ଏହି କ୍ୱାରେଣ୍ଟାଇନ ସେଣ୍ଟର ନିର୍ମାଣ କାମ ଶେଷ ହେବ।”
ହିମନ୍ତ ଶର୍ମା ଟ୍ୱିଟ କରିଥିବା ଫଟୋରେ ଦେଖିବାକୁ ମିଳୁଛି ଯେ, ମୁହଁରେ ମାସ୍କ ଲଗାଇ ବିମାନ ହ୍ୟାଙ୍ଗର ଭଳି ଏକ ୟୁ ଶେପ୍ ତଳେ ଶ୍ରମିକମାନେ କାଠର ବିମ୍ ଲଗାଉଛନ୍ତି।
A large quarantine centre will be established at the Sarusojai Sports Complex, Guwahati with capacity for about 700 people. This morning visited the site to take stock of preparedness and the facility. It shall be ready in a week’s time. pic.twitter.com/bolVMafOsE
— Himanta Biswa Sarma (@himantabiswa) March 26, 2020
କରୋନା ଭାଇରସ ସଂକ୍ରମଣ ଯେପରି ଦେଶରେ ନ ବ୍ୟାପେ ସେଥିପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶକୁ କରୋନା ଦାଉରୁ ରକ୍ଷା କରିବା ପାଇଁ ସାମାଜିକ ଦୂରତ୍ୱ ଗୋଟିଏ ମାତ୍ର ରାସ୍ତା। ଏଥିପାଇଁ ଲକ୍ ଡାଉନ୍ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।