କରୋନାର ନୂଆ ଷ୍ଟ୍ରେନକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ୱିଟ ପରେ ହଙ୍ଗାମା ଆରମ୍ଭ

ଭାରତୀୟ ହାଇକମିସନରଙ୍କ ଠାରୁ ଜବାବ ତଲବ କଲେ ସିଙ୍ଗାପୁର ସରକାର,ସ୍ପଷ୍ଟୀକରଣ ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରୀ ଦେଶରେ ତାଣ୍ଡବ ରଚୁଥିବା ବେଳେ ତୃତୀୟ ଲହରୀକୁ ନେଇ ସତର୍କତା ବଢ଼ିଯାଇଛି । ଆଉ ଏପରି ସମୟରେ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାର ସିଙ୍ଗାପୁର ଷ୍ଟ୍ରେନକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ଭାରତ ସରକାର ଏନେଇ ଆକ୍ସନ ନିଅନ୍ତୁ ବୋଲି ଅପିଲ କରିଥିଲେ । ପିଲାଙ୍କ ପାଇଁ ଏହି ଷ୍ଟ୍ରେନ୍ ବିପଜ୍ଜନକ କହି ସିଙ୍ଗାପୁରକୁ ସମସ୍ତ ବିମାନ ରଦ୍ଦ କରିବାକୁ କେଜ୍ରିୱାଲ୍ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ଏ ପ୍ରସଙ୍ଗରେ ଅତୀତରେ ସାହାଯ୍ୟ କରିଥିବା ସିଙ୍ଗାପୁର ଭାରତ ସରକାରଙ୍କ ଉପରେ ନାରାଜ ହେବା ସହ ଭାରତୀୟ ହାଇକମିସନରଙ୍କ ଠାରୁ ଜବାବ ତଲବ କରିଛନ୍ତି ।

ଭାରତରେ ଥିବା ସିଙ୍ଗାପୁର ଦୂତାବାସ ପକ୍ଷରୁ ବୁଧବାର ଦିନ ଅରବିନ୍ଦ କେଜ୍ରିୱାଲଙ୍କର ଏହି ଟ୍ୱିଟର ଜବାବ ଦଆଯାଇଛି । ସିଙ୍ଗାପୁରରେ କେରାନାର ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିବା କଥାକୁ ଅସ୍ୱୀକାର କରିବା ସହ ଏଥିରେ କୌଣସି ସତ୍ୟତା ନାହିଁ ବୋଲି କୁହାଯାଉଛି । ଟେଷ୍ଟି ଆଧାରେ ଜଣାପଡ଼ିଛି ସିଙ୍ଗାପୁରରେ କରୋନାର B.1.617.2 ଭାରିଏଣ୍ଟ ଚିହ୍ନଟ ହୋଇଛି,ଯାହା ଭାରତରେ ସୃଷ୍ଟି ହୋଇଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଦିଆଯାଇଥିବା ବୟାନ୍ ପରେ ବିବାଦ ବଢ଼ିଯାଇଛି । ସିଙ୍ଗାପୁର ସରକାର ଭାରତୀୟ ହାଇକମିସରଙ୍କୁ ଏହାର ଜାବାବ ମାଗିଛନ୍ତି । ସିଙ୍ଗାପୁର ଭାରିଏଣ୍ଡ ସମ୍ପର୍ଣ୍ଣ ମିଥ୍ୟା ବୋଲଇ କହିଛନ୍ତି । ସେପେଟ ଏହାର ଜବାବରେ ଭାରତ କହିଛି, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ କରୋନା ଭାରିଏଣ୍ଟ ପରେ ବୟାନ ଦେବାର ଅଧିକାର ନାହିଁ ।

ତେବେ ଏ ପ୍ରସଙ୍ଗରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର୍ ଏସ୍ ଜୟଶଙ୍କର କହିଛନ୍ତି, ବର୍ତ୍ତମାନ ଭାରତ ଓ ସିଙ୍ଗାପୁର କରୋନା ବିରୋଧରେ ଲଢ଼େଇ ଜାରି ରଖିଛନ୍ତି । ସଙ୍କଟ ଭିତରେ ବି ଭାରତକୁ ସାହାଯ୍ୟର ହାତ ବଢ଼ାଇଥିବାରୁ ସିଙ୍ଗାପୁରକୁ ଅଶେଷ ଅଶେଷ ଧନ୍ୟବାଦ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦେଇଥିବା ବୟାନ ଭାରତ ପକ୍ଷରୁ ଦିଆଯାଇ ନାହିଁ । ଦାୟିତ୍ବହୀନ ମନ୍ତବ୍ୟ ଦେଉଥିବା ବ୍ୟକ୍ତିଙ୍କ ପାଇଁ ଉଭୟ ଦେଶର ଦୀର୍ଘ ଦିନର ସମ୍ପର୍କ କ୍ଷତିଗ୍ରସ୍ତ ହେବନାହିଁ ।

 

You might also like