ବ୍ଲାକ୍ ମାର୍କେଟିଂ କରୁଥିବା ହସ୍ପିଟାଲକୁ କେଜରିୱାଲଙ୍କ ଚେତାବନୀ

ଭୁବନେଶ୍ୱର: ମହାମାରୀ କରୋନା ବେଳେ ବେଡ୍‌ର ବ୍ଲାକ୍ ମାର୍କେଟିଂ କରୁଥିବା ହସ୍ପିଟାଲଗୁଡ଼ିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ। ହସ୍ପିଟାଲରେ ବେଡ୍ ନଥିବା କହି ରୋଗୀଙ୍କୁ ଫେରାଇ ଦେଉଥିବା ଜଣାପଡ଼ିଲେ, ସଂପୃକ୍ତ ହସ୍ପିଟାଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ଅରବିନ୍ଦ କେଜରିଓ୍ୱାଲ।

ଦିଲ୍ଲୀ ଲୋକଙ୍କ ସେବା ପାଇଁ ହସ୍ପିଟାଲ ନିର୍ମାଣ କରାଯାଇଛି। ଏଭଳି ମହାମାରୀ ସମୟରେ ହସ୍ପିଟାଲ ଗୁଡ଼ିକ ସେବା ଯୋଗାଇବା ଜରୁରୀ। ଯଦି କୌଣସି ହସ୍ପିଟାଲ ନିୟମର ଉଲ୍ଲଙ୍ଘନ କରନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେଜରିଓ୍ୱାଲ।

କୌଣସି ରୋଗୀ ମେଡିକାଲକୁ ଆସିଲେ ତାଙ୍କୁ ରଖିବା ପାଇଁ ମନା କରିପାରିବେନି ମେଡିକାଲ କର୍ତ୍ତୃପକ୍ଷ। ଯେଉଁ ରୋଗୀ ହସ୍ପିଟାଲକୁ ଆସୁଛନ୍ତି, ସେମାନଙ୍କୁ କରୋନା ରୋଗୀ ବୋଲି ଭାବି ଚିକିତ୍ସା କରାଯିବା ଉଚିତ ବୋଲି ସେ କହିଛନ୍ତି। ସେମାନଙ୍କର କରୋନା ଟେଷ୍ଟ ମଧ୍ୟ କରିବାକୁ କେଜରିଓ୍ୱାଲ କହିଛନ୍ତି।

ଯଦି ରିପୋର୍ଟ ପଜିଟିଭ୍ ଆସେ ତେବେ ତାଙ୍କୁ କରୋନା ଓ୍ୱାର୍ଡ ଓ ରିପୋର୍ଟ ନେଗେଟିଭ୍ ଆସିଲେ ତାଙ୍କୁ ସାଧାରଣ ଓ୍ୱାର୍ଡରେ ରଖିବାର ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି କେଜରିଓ୍ୱାଲ।

You might also like