ଘରେ ପୁରୁଣା ପାଣିକୁ ଫିଙ୍ଗି ନୂଆ ପାଣି ଭର୍ତ୍ତି କରିବାକୁ କାହିଁକି କହିଲେ କେଜରିୱାଲ ?

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଡେଙ୍ଗୁ ରୋକିବାକୁ ଅଭିନବ ପଦକ୍ଷେପ। ୧୦ ସପ୍ତାହ, ଦିନ ୧୦ଟାରେ ୧୦ ମିନିଟ୍ କ୍ୟାମ୍ପେନ୍ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ସପ୍ତାହରେ ପ୍ରତି ରବିବାର ଦିନ ୧୦ଟାରେ ମାତ୍ର ୧୦ ମିନିଟ୍ ସମୟ ଦେବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଜନସାଧାରଣଙ୍କୁ ନିବେଦନ କରିଥିଲେ। ସେହି ଅନୁଯାୟୀ ଆଜି ମଧ୍ୟ କେଜରିଓ୍ୱାଲ ଏ ନେଇ ଲୋକଙ୍କୁ ସଚେତନ କରିଛନ୍ତି।

  • ୧୦ ମିନିଟ ଭିତରେ ଘରେ ବିଭିନ୍ନ ସ୍ଥାନରେ ଜମି ରହିଥିବା ପାଣି ସଫା କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି କେଜରିଓ୍ୱାଲ। ଏ ନେଇ କେଜରିଓ୍ୱାଲ ନିଜ ଘରେ ବିଭିନ୍ନ ପାତ୍ରରେ ଥିବା ପୁରୁଣା ପାଣିକୁ ଫିଙ୍ଗି ନୂଆ ପାଣି ଭର୍ତ୍ତି କରିଛନ୍ତି।
  • ଘରେ ଫୁଲଦାନୀରେ ଥିବା ପାଣି ହେଉ ଅବା ଅନ୍ୟ ପାତ୍ରରେ ଥିବା ପୁରୁଣା ପାଣି ଅଜାଡ଼ି ଦେଇ ନୂଆ ପାଣି ଭର୍ତ୍ତି କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।
  • ଗତ ବର୍ଷ ଯେଭଳି ଡେଙ୍ଗୁ ନିୟନ୍ତ୍ରଣ କରାଯାଇପାରିଥିଲା ଏପରି କଲେ ଚଳିତ ବର୍ଷ ମଧ୍ୟ ଡେଙ୍ଗୁକୁ ନିୟନ୍ତ୍ରଣରେ ରଖାଯାଇ ପାରିବ ବୋଲି କେଜରିଓ୍ୱାଲ କହିଛନ୍ତି।
You might also like