ବାପାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ ଚାକିରିରୁ ୫ ମାସ ଛୁଟି ନେଲେ ଝିଅ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ଶାସକ ଦଳ ଆପ୍ ମଧ୍ୟ ତାର ପ୍ରଚାର ପ୍ରସ୍ତୁତି ଚଳାଇଛି। ଏଥର ଅରବିନ୍ଦ କେଜରିୱାଲ୍‌ଙ୍କ ପାଇଁ ପ୍ରଚାର କରିବେ ତାଙ୍କ ଝିଅ ହରସିତ କେଜରିୱାଲ୍। ଏଥିପାଇଁ ସେ ତାଙ୍କ ଚାକିରିରୁ ୫ ମାସ ଛୁଟି ନେଇଛନ୍ତି। ତାଙ୍କ ଝିଅ ହରସିତ କେଜ୍ରିଓ୍ୱାଲ ଏବେ ଏକ ଏମଏନସି କମ୍ପାନୀରେ ଚାକିରି କରୁଛନ୍ତି। ଗତକାଲି ଆମ୍ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ ଏହି ସୂଚନା ଦଳୀୟ କର୍ମୀଙ୍କୁ ଦେଇଛନ୍ତି।

Image result for arvind kejriwal standing

ଅରବିନ୍ଦ କେଜରିଓ୍ୱାଲ ଦିଲ୍ଲୀର ଅନ୍ୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ତେଣୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରଚାର ତାଙ୍କ ଝିଅ କରିବେ ବୋଲି ଜଣାପଡ଼ିଛି। ହରସିତ ଦିଲ୍ଲୀ ଆଇଆଇଟିରେ ପାଠ ପଢ଼ୁଥିଲେ।

You might also like