ରାଫେଲ ଡିଲ୍ ପ୍ରସଙ୍ଗରେ କଂଗ୍ରେସକୁ ବିଜେପିର ଟାର୍ଗେଟ୍

ନୂଆଦିଲ୍ଲୀ : ରାଫେଲ ଡିଲ୍ ପ୍ରସଙ୍ଗରେ କଂଗ୍ରେସ ଦେଶର ସୁରକ୍ଷା ନେଇ ସାଲିସ୍‌ କରୁଛି। ରାଫେଲ ଡିଲ୍‌ରେ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସ୍ୱଚ୍ଛତା ଅବଲମ୍ବନ କରିଛି। କିନ୍ତୁ କଂଗ୍ରେସ ଅଧ୍ୟକ୍ଷା ରାହୁଲ ଗାନ୍ଧୀ ଏବଂ ଉପା ଅଧ୍ୟକ୍ଷା ସୋନିଅା ଗାନ୍ଧୀ ଦେଶର ସୁରକ୍ଷା ନେଇ ସାଲିସ୍‌ କରୁଛନ୍ତି। ଏଏନଅାଇକୁ ସାକ୍ଷାତକାରରେ ଏଭଳି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।

 ଏମିତିକି ୨୦୦୭ ମସିହାରେ ଉପା ସରକାର ଡିଲ୍‌ ଠାରୁ ଅାହୁରି ୨୦ ପ୍ରତିଶତ କମ୍‌ରେ ରାଫେଲ ଡିଲ୍ ହୋଇଥିବା କହିଛନ୍ତି ଜେଟଲୀ। ଏଥିସହ ସେ ରାହୁଲଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ବାରମ୍ବାର ମିଛି କହି ଚାଲିଛି।

ରାଫେଲ ଡିଲ୍ ନେଇ ରାହୁଲ ବାରମ୍ବାର ବିଭିନ୍ନ ସ୍ଥାନରେ ବିଭିନ୍ନ କଥା କହୁଛନ୍ତି। ଏମାନେ ଦେଶର ସୁରକ୍ଷା ନେଇ ସାଲିସ କରୁଛନ୍ତି। ଏମିତିକି କଂଗ୍ରେସ ପାଖରେ ଯଦି ଦୁର୍ନୀତି ନେଇ କିଛି ତଥ୍ୟ ରହିଛି, ତାହାହେଲେ ତୁରନ୍ତ ପ୍ରମାଣ କରୁ।

You might also like