ଅରୁଣ ଜେଟଲୀ ଓ ସୁଷମାଙ୍କ ସହିତ ୭ଜଣଙ୍କୁ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ : ୭୧ ତମ ଗଣତନ୍ତ୍ର ଦିବସରେ ଅବସରରେ ପଦ୍ମ ପୁରସ୍କାରର ୩ଟି ବିଭାଗରେ ବିଜେତାଙ୍କ ନାଁ ଘୋଷଣା ହୋଇଛି।ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ, ସୁଷମା ସ୍ୱରାଜ, ଜର୍ଜ ଫର୍ଣ୍ଣାଣ୍ଡିଜ୍ (ମରଣୋତ୍ତର)ଙ୍କୁ ପଦ୍ମବିଭୂଷଣ ପୁରସ୍କାର ମିଳିବ। ଏଥିସହିତ ବିଶେଶ୍ୱତୀର୍ଥ ସ୍ୱାମିଜୀ ଶ୍ରୀ ପେଜାଭର(ମରଣୋତ୍ତର)ଙ୍କୁ ମଧ୍ୟ ଏହି ପୁରସ୍କାରରେ ସମ୍ମାନିତ କରାଯିବ।

ଅନ୍ୟ ପଦ୍ମବିଭୁଷଣ ପୁରସ୍କାର ବିଜେତା ହେଲେ- ଅଲିମ୍ପିକ ବକ୍ସର ଏମ୍‌.ସି ମ୍ୟାରି କମ୍, ମରିସସର୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଅନିରୋଧ ଜୁଗନାଉଥ୍, ଏବଂ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତର ଗାୟକ  ଛନ୍ନୁଲାଲ୍‌ ମିଶ୍ର ଓ ଶ୍ରୀ ଏମ୍‌ ମୁମ୍‌ତାଜ୍ ଅଲ୍ଲୀଙ୍କୁ ପଦ୍ମ ବିଭୂଷଣ ପାଇଁ ମନୋନୀତ କରାଯାଇଛି।

You might also like