ରିଜର୍ଭ ବ୍ୟାଙ୍କକୁ ଅର୍ଥମନ୍ତ୍ରୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ବଢ଼ୁଥିବାବେଳେ ଆର୍‌ବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ଅାଜି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀରେ ଅାର୍ଥିକ ସ୍ଥିରତା ଓ ଉନ୍ନୟନ ପରିଷଦର ବୈଠକରେ ଦୁହେଁ ପରସ୍ପରକୁ ଭେଟିଛନ୍ତି।

ବୈଠକରେ ଜେଟଲୀ ରିଜର୍ଭ ବ୍ୟାଙ୍କକୁ ଭର୍ତ୍ସନା କରି କହିଛନ୍ତି, ୨୦୦୮ରୁ ୨୦୧୪ ଯାଏ ଯେତେବେଳେ ବ୍ୟାଙ୍କଗୁଡ଼ିକ ଋଣ ଦେଇ ଚାଲିଥିଲେ, ସେତେବେଳେ ଅାରବିଅାଇ ଶୋଇ ରହିଥିଲା। ଯାହାର ପରିଣାମ ଅାଜି ସରକାର ଭୋଗୁଛନ୍ତି ବୋଲି ଜେଟଲୀ କହିଛନ୍ତି।

ଜେଟଲୀଙ୍କ ଅଭିଯୋଗକୁ କଂଗ୍ରେସ ଭତ୍ସନା କରିଛି। କେନ୍ଦ୍ର ସରକାର ନିଜ ଭୁଲର ଦୋଷ କେନ୍ଦ୍ରୀୟ ସଂସ୍ଥା ଉପରେ ସବୁବେଳେ ଲଦିଥାନ୍ତି ।ଏବେ ଅାରବିଅାଇ ଉପରେ ମଧ୍ୟ ଲଦୁଛନ୍ତି ବୋଲି କଂଗ୍ରେସ ନେତା ଅାନନ୍ଦ ଶର୍ମା କହିଛନ୍ତି ।

ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିରାଲ ଅାଚାର୍ଯ୍ୟ କହିଥିଲେ ଯେ, ଅାରବିଅାଇର ନୀତି ନିର୍ଦ୍ଧାରଣରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଅଧିକ ହେଉଛି ,ଯାହାକି ଦେଶ ପାଇଁ ଶୁଭ ସଂକେତ ନୁହେଁ। ଏହାପରେ ଅାରବିଅାଇ ଓ ସରକାର ମଧ୍ୟରେ ବିବାଦକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ନିନ୍ଦା କରିଥିଲେ। ପରସ୍ପର ମଧ୍ୟରେ ସଂପର୍କ ରଖି କାମ କରିବା ଅାବଶ୍ୟକ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ

ରାଜ୍ୟସଭାରେ ପାରିତ ହେଲା କୃଷି ବିଲ୍

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଧାର୍ଯ୍ୟ ସମୟ ଆଗରୁ ଶେଷ ହୋଇପାରେ ମୌସୁମୀ ଅଧିବେଶନ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

You might also like