ଲାହୋରରୁ ଦିଲ୍ଲୀ ଆସିଥିଲେ ଜେଟଲୀଙ୍କ ପରିବାର

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ୨ଟି ଦେଶରେ ବିଭାଜିତ ହେବାପରେ ଅରୁଣ ଜେଟଲୀଙ୍କ ପରିବାର ଭାରତ ଚାଲିଆସିଥିଲେ। ୧୯୪୭ ମସିହା ପୂର୍ବରୁ ଅରୁଣ ଜେଟଲୀଙ୍କ ପରିବାର ଲାହୋରରେ ଥିଲେ। ଜେଟଲୀଙ୍କ ଜେଜେବାପା ଲାହୋରରୁ ଆସି ନାରାୟଣ ବିହାରରେ ରହୁଥିଲେ।

ଅରୁଣ ଜେଟଲୀଙ୍କ ବାପା ମହାରାଜ କିଶନ ଜେଟଲୀ ମଧ୍ୟ ଓକିଲ ଥିଲେ। ସେ ଦିଲ୍ଲୀରେ ଓକିଲାତି କରୁଥିଲେ। ବାପାଙ୍କ ଅନୁସରଣ କରି ଜେଟଲୀ ମଧ୍ୟ ଓକିଲାତିରେ ପାଦ ଥାପିଥିଲେ। ସେ ୧୯୫୭-୬୯ ସେଣ୍ଟ ଜାଭିୟର୍ସ ସ୍କୁଲରୁ ପଢ଼ିବା ପରେ ଶ୍ରୀରାମ କଲେଜ୍‌ ଅଫ୍‌ କମର୍ସରୁ ଗ୍ରାଜୁଏସନ୍‌ କରିଥିଲେ। ୧୯୭୭ ମସିହାରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନରେ ଉତ୍ତୀର୍ଣ୍ଣ ହୋଇଥିଲେ।

୧୯୭୪ ମସିହାରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ହୋଇଥିଲେ। ସେହି ସମୟରୁ ହିଁ ସେ ଏବିଭିପି ସହିତ ଯୋଡ଼ି ହୋଇଥିଲେ। ଏହାପରେ ୧୯୮୦ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like