ପଳାତକ ବିଜୟ ମାଲ୍ୟାଙ୍କ ମନ୍ତବ୍ୟ ପରେ ରାଜନୈତିକ ଝଡ଼

ଜେଟ୍‌ଲୀ ଓ ମାଲ୍ୟାଙ୍କ ମଧ୍ୟରେ ନିବିଡ ସମ୍ପର୍କ ଥିବା ଅଭିଯୋଗ କଲା କଂଗ୍ରେସ

ନୂଆଦିଲ୍ଲୀ : ପଳାତକ ବିଜୟ ମାଲ୍ୟାଙ୍କ ମନ୍ତବ୍ୟ ପରେ ଏବେ ରାଜନୈତିକ ଝଡ  ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ  ଓ ବିଜୟ ମାଲ୍ୟାଙ୍କ ମଧ୍ୟରେ ନିବିଡ ସମ୍ପର୍କ ରହିଥିବା କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି। ସେମାନଙ୍କ ଭିତିରି ବୁଝାମଣାରେ ହିଁ ବିଜୟ ମାଲ୍ୟା ଫେରାର ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ତାଙ୍କ ବ୍ଲଗରେ ବିଭିନ୍ନ  ପ୍ରସଙ୍ଗରେ ଉଲ୍ଲେଖ କରୁଥିଲେ ବି ମାଲ୍ୟାଙ୍କ ସହ ଅାଲୋଚନା ସମ୍ପର୍କରେ ପଦୁଟିଏ ବି ଲେଖି ନାହାନ୍ତି।

ତେଣୁ ସେମାନଙ୍କ ଭିତରେ କିଛି ବୁଝାମଣା ହୋଇଥିବା ରାହୁଲ ଏକ ପ୍ରେସ୍‌ମିଟରେ ଅଭିଯୋଗ କରିଛନ୍ତି।  ଅର୍ଥମନ୍ତ୍ରୀ ଜଣେ ପଳାତକ ସହ ଅାଲୋଚନା କରିଥିଲେ ମଧ୍ୟ ଏ ସମ୍ପର୍କରେ ସିବିଅାଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  କିମ୍ବା ପୁଲିସଙ୍କୁ ଏ ସମ୍ପର୍କରେ କିଛି ବି ଜଣାଇନାହାନ୍ତି। ତେଣୁ ଏ ସମ୍ପର୍କରେ ଅର୍ଥମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ।

ସେପଟେ ଗତକାଲି କଂଗ୍ରେସ ନେତା ପି.ଏଲ.ପୁନିଅା ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଅରୁଣ ଜେଟଲୀ ଓ ବିଜୟ ମାଲ୍ୟାଙ୍କ ମଧ୍ୟରେ ଅାଲୋଚନା ଦେଖିଥିବା ସମ୍ପର୍କରେ ସୂଚନା ଦେଇଥିଲେ

ସେପଟେ ଅର୍ଥମନ୍ତ୍ରୀ ଓ ବିଜୟ ମାଲ୍ୟାଙ୍କ ମଧ୍ୟରେ ହଠାତ୍ ଭେଟ ହୋଇଥିବା ବିଜେପି ପକ୍ଷରୁ କୁହାଯାଇଛି।  ରାହୁଲଙ୍କ ଲଣ୍ଡନ ଗସ୍ତ ପରେ ଏପରି ଅଭିଯୋଗ ଅାସିଛି। ତେଣୁ ଲଣ୍ଡନରେ ହିଁ ମାଲ୍ୟାଙ୍କ ସହ କିଛି ଗୁପ୍ତ ଅାଲୋଚନା ହୋଇଥାଇପାରେ ବୋଲି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଅଭିଯୋଗ କରିଛନ୍ତି। ଏଥିସହ କଂଗ୍ରେସ ଅମଳରେ ବିଜୟ ମାଲ୍ୟାଙ୍କୁ ଅଧିକ ଋଣ ଦିଅାଯାଇଛି ବୋଲି ସେ ଅାକ୍ଷେପ କରିଛନ୍ତି।

ଗତକାଲି ବିଜୟ ମାଲ୍ୟା ଲଣ୍ଡନ ଯିବା ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟି ବ୍ୟାଙ୍କ ସହ ସେଟଲମେଣ୍ଟ ନେଇ ଅାଲୋଚନା କରିଥିବା କହିବା ପରେ ସୃଷ୍ଟି ହୋଇଥିଲା ରାଜନୈତିକ ଝଡ଼। ତେବେ ଜେଟ୍‌ଲୀ ତୁରନ୍ତ ଏହାକୁ ଖଣ୍ଡନ କରିବା ସହ ସେ କେବେବି ମାଲ୍ୟାଙ୍କୁ ଭେଟିନଥିବା କହିବା ପରେ ବିଜୟ ମାଲ୍ୟା ନିଜ କଥା ବଦଳାଇଛନ୍ତି। ସେ ଅାପଏଣ୍ଟମେଣ୍ଟ ନେଇ ଜେଟଲୀଙ୍କୁ ଭେଟି ନଥିଲେ ବରଂ ପାର୍ଲାମେଣ୍ଟ କରିଡରରେ ତାଙ୍କ ସହ କଥା ହୋଇଥିଲେ ବୋଲି କହିଛନ୍ତି।

You might also like
Comments
Loading...