ଆଜି ଦିନ ୧୧ଟାରେ ନିର୍ମଳାଙ୍କ ପ୍ରେସ୍‌ମିଟ୍: ହୋଇପାରେ ପଞ୍ଚମପାଳି ଅର୍ଥ ଘୋଷଣା

ନୂଆଦିଲ୍ଲୀ: ଆଜି ପଞ୍ଚମ ଥର ପାଇଁ ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜ ସଂପର୍କରେ କିଛି ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଦିନ ୧୧ଟାରେ ନିର୍ମଳାଙ୍କ ପ୍ରେସ୍‌ମିଟ୍ ଅଛି। ଏହି ସାମ୍ବାଦିକ ସମ୍ମିଳନୀରେ ନର୍ମଳା ପ୍ୟାକେଜ୍‌ ସମ୍ପର୍କିତ ଘୋଷଣା କରିବେ। ପୂର୍ବରୁ ଅପରାହ୍ନ ୪ଟା ବେଳେ ପ୍ୟାକେଜ୍‌ ଘୋଷଣା କରୁଥିବା ବେଳେ ଆଜି ଦିନ ୧୧ଟାରେ ପ୍ୟାକେଜ୍ ଘୋଷଣା ହେବ।

ଗତକାଲିର ଘୋଷଣା-

ଗତକାଲି କୋଇଲା ଓ ଖଣିଜ ସମ୍ପଦ ସହ ପ୍ରତିରକ୍ଷା ଉତ୍ପାଦନ ଭଳି ୮ଟି କ୍ଷେତ୍ରରେ ସଂସ୍କାର ଲାଗି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। କୋଇଲା କ୍ଷେତ୍ରରେ ବିକାଶ ଲାଗି ସେ ୫୦ ହଜାର କୋଟିର ସହାୟତା ଘୋଷଣା ହୋଇଛି। ଆଗାମୀ ଦିନରେ ୫୦ଟି କୋଇଲା ଖଣି ପାଇଁ ଖୋଲା ଟେଣ୍ଡର ହେବ। ଯାହାଦ୍ୱାରା ଅଧିକରୁ ଅଧିକ ସଂସ୍ଥା ଓ ବ୍ୟକ୍ତି ବିଶେଷ ଏକ୍ଷେତ୍ରକୁ ଆସିପାରିବେ ବୋଲି ଗତକାଲି କହିଥିଲେ ନିର୍ମଳା। କୋଇଲାରୁ ଗ୍ୟାସ ପ୍ରସ୍ତୁତିକୁ ବି ପ୍ରୋତ୍ସାହନ ଦିଆଯିବ ନେଇ ମଧ୍ୟ ଘୋଷଣା କରଥିଲେ। ଖଣିଜ କ୍ଷେତ୍ରରେ ମଧ୍ୟ ସଂସ୍କାର ଅଣାଯିବ। ଆଲୁମିନିୟମ୍ ଶିଳ୍ପର ବିକାଶ ଲାଗି ବକ୍ସାଇଟ୍ ଏବଂ କୋଇଲା ଖଣିର ଯୁଗ୍ମ ନିଲାମ ହେବ।

ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ୱ ଦିଆଯିବ। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶକୁ ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି କରାଯିବ। ଏଥିସହିତ ପିପିପି ମୋଡରେ ଦେଶରେ ଅଧିକ ବିଶ୍ୱସ୍ତରୀୟ ବିମାନବନ୍ଦର ନିର୍ମାଣ କରାଯିବ। ଭାରତୀୟ ବାୟୁସୀମା ବ୍ୟବହାର ପାଇଁ ଥିବା କଟକଣାକୁ ସରଳ କରାଯିବ ବୋଲି କହିଥିଲେ ନିର୍ମଳା।

You might also like