ଅଦୃଶ୍ୟ ହୋଇ ଚୀନ ସହ ଲଢିବେ ଭାରତୀୟ ସେନା !

ନୂଆଦିଲ୍ଲୀ:ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ରେ ପ୍ରାୟ ୮ ମାସ ହେଲା ମୁହାଁମୁହିଁ ହୋଇ ଅଛନ୍ତି ଭାରତ-ଚୀନ ସେନା। ଚୀନ ଭାରତ ସୀମାରେ ତା’ର କାୟା ବିସ୍ତାର କରବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ ହେଁ ଭାରତୀୟ ସେନା ସେମାନଙ୍କ ଉଦ୍ଦେଶ୍ୟକୁ ସଫଳ ହେବାକୁ ଦେଉ ନାହାନ୍ତି। ଏବେ ଚୀନ ନିଜ ସେନାକୁ ଶକ୍ତିଶାଳୀ କରିବା ପାଇଁ ଟେକ୍‌ନିକ୍‌କୁ ଆପଣେଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ନିଜକୁ ପ୍ରସ୍ତୁତ କରୁଛି। ଭାରତ ନିଜ ସେନାଙ୍କ ପାଇଁ ଏପରି ପୋଷାକ ପ୍ରସ୍ତତ ହେବାକୁ ଯାଉଛି ଯାହାକୁ ପିନ୍ଧିଲେ ସେମାନେ ଅଦୃଶ୍ୟ ହୋଇଯିବେ।

ପିଲାଦିନରେ ଶୁଣିଥିବା ଆଇ ମା’ କାହାଣୀ ସତ ହେବାକୁ ଯାଉଛି। ଏମିତି ପୋଷାକ ମିଳିବ ଯାହାକୁ ପିନ୍ଧିଲେ ଅଦୃଶ୍ୟ ହୋଇଯିବ। ଆଉ ଏହି ପୋଷାକ ପିନ୍ଧିବେ ଚୀନ ସମାରେ ଥିବା ସୈନାବାହିନୀ।

ଦକ୍ଷିଣ କୋରିଆ ଏ ଦିଗରେ କାମ ଆରମ୍ଭ କରି ଦେଇଛି। ସେମାନେ ଏମିତି ଏକ ସ୍କିନ ତିଆରି କରିବାକୁ ଯାଉଛନ୍ତି ଯାହାକୁ ପିନ୍ଧିବା ମାତ୍ରେ ସୈନିକ ହୁଅନ୍ତ ବା ଅନ୍ୟକେହି, ଚାରିପାଖ ବାତାରବଣ ସହ ଏମିତି ମିଶିଯିବେ ଯେ ସହଜରେ ଦୃଶ୍ୟ ହେବେନାହିଁ। ବୈଜ୍ଞାନିକମାନଙ୍କର ଏପରି ଗବେଷଣା ସମ୍ପର୍କିତ ଖବର ସେଠିକାର ଏକ ସାଇନ୍ସ ଜର୍ଣ୍ଣାଲ Advanced Functional Materialsରେ ପ୍ରକାଶ ପାଇଛି।

ଏହି ସ୍କିନ୍‌ କୌଣସି ସାଧାରଣ ସ୍କିନ ବା କପଡ଼ାରୁ ପ୍ରସ୍ତୁତ ହୋଇ ନାହିଁ। ଏହା ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଏଥିରେ ଥର୍ମାଲ କଣ୍ଟ୍ରୋଲ ଥିବ । ଏଥିସହିତ ଏପରି ଭାବେ ଏହା ତିଆରି ହୋଇଥିବ  ସୈନିକମାନେ ଏହାକୁ ପିନ୍ଧିବା ପରେ ଥର୍ମାଲ ଇମେଜିଂ କ୍ୟାମେରାକୁ ବି ଦେଖିପାରିବେ। ଏହି ପୋଷାକ ପିନ୍ଧିଲେ ସେନାକୁ ଧରିବା ମୁସ୍କିଲ ହୋଇଯିବ। ଅନ୍ୟପକ୍ଷେ ଶତ୍ରୁ ପକ୍ଷ ସେନାକୁ ଭଲଭାବେ ମୁକାବିଲା କରିପାରିବ।

ଏପରି ଆର୍ଟିଫିସିଆଲ ସ୍କିନ ପଛରେ ସ୍ୱତନ୍ତ୍ର ପ୍ରକାର ବିଜ୍ଞାନ କାମ କରୁଛି। ଏଥିରେ ପିକ୍ସେଲାଇଜଡ୍‌ ସ୍କ୍ରିନ ଥାଏ ଯାହା ଥର୍ମୋକ୍ରୋମିକ ଲିକ୍ୱିଡ୍ କ୍ରିଷ୍ଟଳ ବା ଟିଏଲସି‌ ବ୍ୟବହାର କରିଥାଏ। ଟିଏଲସି ଏମିତି ଏକ ତତ୍ତ୍ୱ ଯାହା ତାପମାତ୍ରା ଅନୁସାରେ ରଙ୍ଗ ବଦଳାଇବ। ପୂର୍ବରୁ ବୈଜ୍ଞାନିକମାନେ ଏହାର ଉପଯୋଗ ହିଟ୍‌ ଟ୍ରାନ୍ସଫରରେ କରୁଥିଲେ।

ଏହାକୁ ପିନ୍ଧିବା ପରେ ସୈନିକମାନେ ୫ ସେକେଣ୍ଡରେ ନିଜ ବାତାବରଣ ଭିତରେ ଏମତି ହଜିଯିବେ, ଅନ୍ୟକୁ ଦୃଶ୍ୟ ହେବେନି। ଅର୍ଥାତ ବରଫାବୃତ୍ତ ଅଞ୍ଚଳରେ ସୈନିକମାନେ ଏହାକୁ ପିନ୍ଧିଲେ ବରଫ ପରି ଦିଶିବେ। ସେମାନଙ୍କ ଶରୀରର କୌଣସି ଅଂଶ ବା ପୋଷାକ ଦୃଶ୍ୟ ହେବନି।

ଡେଲିମେଲରେ ଏହି କୃତ୍ରିମ ସ୍କିନ ଉପରେ ଆଲୋକପାତ କରାଯାଇଛି। ଏଥିରେ କୁହାଯାଇଛି, ଏହି ପୋଷାକକୁ ଅତି ସହଜରେ ପିନ୍ଧି ହେବ । ଏହାକ ପିନ୍ଧି କୌଣସି ମିଶନରେ ଯିବାବେଳେ ସେନାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି। ଜାଣିବାକୁ ମିଳୁଛି, ଅନେକ ଦେଶ ଏମିତି ପୋଷାକ ନିଜ ସେନାବାହିନୀ ପାଇଁ ନେବାକୁ  ଚାହୁଁଛନ୍ତି।

ବିଶେଷକରି ପାହାଡି ଇଲାକାରେ ଏପରି ପୋଷାକର ଆବଶ୍ୟକତା ରହିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।

 

You might also like