ସକାଳୁ ସକାଳୁ ପୁଣି ଥରିଲା ରାଜଧାନୀ
ନୂଆଦିଲ୍ଲୀ:ସକାଳୁ ସକାଳୁ ରାଜଧାନୀ ଦିଲ୍ଲୀରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଦିଲ୍ଲୀର ନାଗାଲୋଈ ଇଲାକାରେ ସକାଳ ୫.୦୨ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୨.୩ ଥିବା ଜଣାଯାଇଛି। ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହେଉଥିବାରୁ ରାଜଧାନୀ ବାସୀ ଆତଙ୍କିତ ହୋଇପଡ଼ିଛନ୍ତି।
ଅଳ୍ପରେ ଭୂକମ୍ପ:-
- ଦିଲ୍ଲୀରେ ସକାଳ ୫.୨ରେ ଭୂମିକମ୍ପ ଅନୁଭୂତ ହୋଇଛି
- ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୨.୩
- ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଭୂକମ୍ପ ଝଟ୍କା
ସପ୍ତାହକରେ ୨ୟଥର ପାଇଁ ଥରିଲା ରାଜଧାନୀ ଦିଲ୍ଲୀ। ପ୍ରଥମ ଥର ପାଇଁ ଡିସେମ୍ବର ୧୭ ତାରିଖରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଭୂକମ୍ପ ଦିଲ୍ଲୀ-ଏନସିଆରରେ ଅନୁଭୂତ ହୋଇଥିଲା। ସେତେବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିଲା। ତେବେ ସୌଭାଗ୍ୟର କଥା, ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିଲା କିମ୍ବା ଜନଜୀବନ ହାନୀ ହୋଇ ନ ଥିଲା।
ସେତିକି ନୁହେଁ, ଡିସେମ୍ବର ୨ ତାରିଖରେ ମଧ୍ୟ ଦିଲ୍ଲୀରେଳ ଭୂକମ୍ପ ହୋଇଥିଲା। ଦିଲ୍ଲୀର ଗାଜିଆବାଦରେ ହୋଇଥିବା ଏହି ଭୂକମ୍ପ ଝଟକାର ତୀବ୍ରତା ଥିଲା ୨.୭। ସୂଚନାଥାଉ କି, ଗତ ଏପ୍ରିଲରୁ ବର୍ତ୍ତମାନ ସୁଦ୍ଧା ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ୧୫ରୁ ଅଧିକ ଥର ଭୂକମ୍ପ ଅନୁଭୂତ ହେଲାଣି।
ଆଜି ହୋଇଥିବା ଏହ ଭୂକମ୍ପ ଝଟକାରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ତେବେ ରାଜଧାନୀବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି।
Earthquake of magnitude 2.3 on the Richter scale hit Nangloi in Delhi at 5:02 am today: National Centre for Seismology
— ANI (@ANI) December 25, 2020